ବିଷମକଟକ/୧୦/୦୬/୨୦୨୩/ (ଆଧାର ମିଡ଼ିଆ)
ଦୁର୍ଗୀ ରାସ୍ତାରେ ଜଣେ ବାଇକ୍ ରେ ଯିବା ସମୟରେ ଭାରସାମ୍ୟ ହରାଇ ପଡି ଯାଇଥିଲେ ବାଇକ୍ ଆରୋହୀ। ରକ୍ତାତ ଅବସ୍ଥାରେ ପଡିଥିବା ଯୁବକଙ୍କୁ ଉଠାଇ ୧୦୮ଆମ୍ବୁଲାନ୍ସରେ ମେଡିକାଲକୁ ପଠାଇ ମାନବିକତାର ପରିଚୟ ଦେଇଛନ୍ତି ଯୁବ ବିଜେଡି ଛାତ୍ର ଉପସଭାପତି ଶିବପ୍ରସାଦ ଡିସିଟି।ଶିବଙ୍କର ଏପରି କାର୍ଯ୍ୟକୁ ଏବେ ସାଧାରଣରେ ପ୍ରଶଂସା କରାଯାଇଛି। ଯୁବକ ଜଣକ ଦୁର୍ଗୀରୁ ସୁରି ଗ୍ରାମକୁ ଯିବା ସମୟରେ ପଡ଼ିଯାଇଥାଲା। ପ୍ରବଳ ରାସ୍ତାରୁ ବାହାରୁ ଥିବା ଗରମକୁ ଛଟପଟ ହେଉଥିଲେ।ଏହି ସମୟରେ ଶିବ,ପପୁ ବେହେରା ଅନିଲ ପାଢ଼ୀ ନିଜ ନିଜ କାମରେ ଯିବାସମୟ ରେ ଦେଖିଥିଲେ । ତୁରନ୍ତ ୧୦୮କୁ ଡାକି ବିଷମ କଟକ ମେଡ଼ିକାଲକୁ ପହଞ୍ଚାଇଥିଲେ ଏପରି ସହଯୋଗ କରିଥିବାରୁ ଏବେ ୩ ଜଣଙ୍କୁ ସାଧାରଣରେ ପ୍ରଶଂସା କରାଯାଉଛି
Recent Comments