ଗୁଣୁପୁର/ରାୟଗଡା/16/03/2022/( ନ୍ୟୁଜ-ଆଧାର ଓଡିଶା) ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ନଂ ୧,୨ ଓ ୩ ଦ୍ୱାରା ଆଜି ଗୁଣପୁର ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବାମଦେବ ମିଶ୍ର ଉଦଘାଟନ କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ସୁର୍ଯ୍ୟ ନାରାୟଣ ପଣ୍ଡା ,ଶ୍ରୀ ଅମୀୟ ରଂଜନ ମହାନ୍ତି ଓ ସୁଶ୍ରୀ ଦେବୀଶ୍ରୀ ମହାପାତ୍ର ଏହି ଶିବିରକୁ ପରିଚାଳନା କରିଥିଲେ ଏହି ଶିବିରରେ ୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା. ରକ୍ତ ଭଣ୍ଡାରର ଡ଼ଃ ଲକ୍ଷ୍ମଣ ପାତ୍ର ଲ୍ୟାବ ଟେକ୍ନିସୀୟାନ ,ସୁରୁଚି ରାଣୀ ପତ୍ର ଓ ଚନ୍ଦ୍ର ଶେଖର ପାତ୍ର ଉପସ୍ଥିତ ରହି ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବି କଂ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଜାତୀୟ ସେବା ଯୋଜନାର ଉପଜେଷ୍ଟା ଶଶୀ ଭୂଷଣ ମହାନ୍ତି ଉପସ୍ଥିତ ରହି ସ୍ୱେଚ୍ଛାସେବି କୁଂ ଉତ୍ସାହିତ କରିଥିଲେ । ଗଗନ, ଦୀବାକର,ଅଭୀପ୍ଷା , ସୁନୀଲ, ଦିନେସ,ଜୀତୁ, ସୋନିୟା, ସ୍ବରାଜ,ଅମୀତ,ମାଣୀକାଂଠା ଓ ଅନ୍ୟମାନେ ରକ୍ତଦାନ କରିଥିଲେ.
( ରିପୋର୍ଟ-ନରସିଂହ ମହାନ୍ତି )
Recent Comments