ଭଦ୍ରକ/୬/୬/୨୦୨୩/ (ଆଧାର ମିଡ଼ିଆ)ରିପୋର୍ଟ-ମଣିପ୍ରଶାସଦ ପାଢ଼ୀ
ପଶ୍ଚିମବଙ୍ଗ ହାଉଡା ଜିଲ୍ଲାର ଏଡିମ୍ ଯତୀନ ଯାଦବ ପହଁଚି ଆହତ ଯାତ୍ରୀ ମାନଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ତେବେ ହାଉଡା ଜିଲ୍ଲାର ୧୨ଜଣ ଯାତ୍ରୀ ଚିକିତ୍ସାପରେ ସୁସ୍ଥ ଥିବାବେଳେ ମେଡ଼ିକାଲ୍ କର୍ତୃପକ୍ଷଙ୍କ ସହ ଆଲୋଚନା ପରେ ସୁସ୍ଥ ଯାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ସହାୟତାରେ ଏକ ସ୍ୱତନ୍ତ୍ର ଗାଡ଼ିଯୋଗେ ସୁରକ୍ଷିତ ଭାବେ ଖଡଗପୁର ପଠାଯାଇଛି। ତେବେ ଭଦ୍ରକ ମେଡ଼ିକାଲ୍ ରେ ଉନ୍ନତ ମାନର ଚିକିତ୍ସା ଯୋଗାଇ ଥିବାରୁ ମେଡ଼ିକାଲ କର୍ତୃପକ୍ଷ ଓ ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ. ଏ ଡି ଏମ।ଅନ୍ୟ ପକ୍ଷରେ ଏବେବି ନିଖୋଜ ଥିବା କିଛି ଯାତ୍ରୀଙ୍କୁ ଖୋଜିବା ପାଇଁ ସଂପର୍କୀୟ ମାନେ ମେଡ଼ିକାଲରେ ପହଂଚିଛନ୍ତି।ଫଟୋ ଦେଖାଇ ସଂପର୍କୀୟ ମାନଙ୍କୁ ମେଡିକାଲରେ ଖୋଜୁ ଥିବା ଦେଖିବାକୁ ମିଳିଛି। ତେବେ ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୭ଜଣ ଚିକିତ୍ସା କରାଯାଉଥିବା ମେଡ଼ିକାଲ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି।
Recent Comments