ବଲାଙ୍ଗିର/୦୫ /୦୬/୨୦୨୩/ (ଆଧାର ମିଡ଼ିଆ)ରିପୋର୍ଟ-ଶରତ ମହାକୁର
ସଂପ୍ରତି ହୃଦୟ ରୋଗ ସଂପର୍କରେ ଲୋକ ସଚେତନତା ବଢିଛି । ତେଣୁ ବଲାଙ୍ଗିର ସହରର ସାଧାରଣ ଜନତାଙ୍କୁ ହୃଦରୋଗ ସଂପର୍କୀୟ ସଚେତନତା ପାଇଁ ଆଜି ସାମ୍ବାଦିକ ଭବନଠାରେ ଜିଲ୍ଲା ସାମ୍ବାଦିକ ସଂଘ ଓ ସତ୍ୟନାରାୟଣ ସ୍ମୃତି କମିଟିତରଫରୁ ଏକ ମାଗଣା ହୃଦରୋଗ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ପୂର୍ବ ସୂଚନା ଅନୁସାରେ ପ୍ରାୟ ୫୦ଜଣ ଏଥିପାଇଁ ନାମ ପଂଜିକରଣ କରିଥିବା ବେଳେ ଭୁବନେଶ୍ୱର ଆପୋଲୋ ହସପିଟାଲର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡା. ବ୍ୟୋମକେଶ ଦିକ୍ଷିତ ଯୋଗ ଦେଇ ୨୫ ଜଣ ବରିଷ୍ଠ ନାଗରିକ ତଥା ବରିଷ୍ଠ ସାମ୍ବାଦିକଙ୍କ ହୃଦୟ ପରୀକ୍ଷଣ କରି ସେ ସଂପର୍କରେ ବିଭିନ୍ନ ପରାମର୍ଶ ସହ ଔଷଧ ଗ୍ରହଣ କରିବାକୁ ଡାକ୍ତର ଦିକ୍ଷିତ ରୋଗୀ ମାନଙ୍କୁ ଉପଦେଶ ଦେଇଥିଲେ । ହୃଦରୋଗ ପରୀକ୍ଷଣରେ ଇସିଜି ପାଇଁ ନରେଶ ସେଠ,ଟିଟିଲାଗଡ ସହଯୋଗ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସାମ୍ବାଦିକ ସଂଘ ଓ ସତ୍ୟନାରାୟଣ ସ୍ମୃତି କମିଟି ତରଫରୁ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡା,ସାଧାରଣ ସଂପାଦକ ଶିଶିରକାନ୍ତ ଶତପଥୀ, ସ୍ମୃତି କମିଟି ସଭାପତି ଇଂ ପ୍ରଦୀପ୍ତ କୁମାର ମିଶ୍ର, ସଂପାଦକ ଶରତ ମହାକୁର ଡାକ୍ତର ବ୍ୟୋମକେଶ ଦିକ୍ଷିତଙ୍କ ୁସମ୍ବର୍ଦ୍ଧନା ପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଏହି ଶିବିରକୁ ପରିଚାଳନା କରିବାରେ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ,ମନୋରଂଜନ ଯୋଷୀ, ହରିନାରାୟଣ ପୂଜାରୀ, ଶରତ ଚନ୍ଦ୍ର ମିଶ୍ର, ବିଶ୍ୱଜିତ ଦାଶ,ଘଟେଶ୍ୱର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଧୀର ମିଶ୍ର, ସନ୍ଦୀପ କୁମାର କୁଅଁର , ଗୋପାଳ ପ୍ରଧାନ,ରିତୁରାଜ ସିଂ, ଦୀପକ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ ।
Recent Comments