ରେଙ୍ଗାଲି/ସମ୍ବଲପୁର/ (ଆଧାର ମିଡ଼ିଆ)-ରିପୋର୍ଟ-ସୁନିଲ କୁମାର ନାଥ
ସମ୍ବଲପୁର ଏବଂ ରେଙ୍ଗାଲି ପୋଲିସର ମିଳିତ ପ୍ରୟାସରେ ରେଙ୍ଗାଲି ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା l ଏହାର ମୁଖ୍ୟ ଉଦ୍ୟେଶ ହେଲା ରକ୍ତ ଅଭାବରେ କାହାରି ଜୀବନ ନଯାଉ l କାହିଁକି ନାଁ ରେଙ୍ଗାଲି ଗୋଟିଏ ଶିଳ୍ପାଞ୍ଚଳ ହୋଇଥିବାରୁ ଏଠି ସବୁବେଳେ ଛୋଟ ବଡ଼ ଦୁର୍ଘଟଣା ମାନ ଲାଗିଥାଏ l ଏବଂ ଲୋକେ ରକ୍ତ ପାଇଁ ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଏବଂ ରେଙ୍ଗାଲି ପୋଲିସର ମିଳିତ ପ୍ରୟାସରେ ଏହି ରକ୍ତଦାନ ଶିବିର ରଖାଯାଇଛି l ବହୁତ ସ୍ୱେଚ୍ଛାସେବୀ ଏବଂ ରେଙ୍ଗାଲିର ଜନସାଧାରଣ ସ୍ୱ ଇଚ୍ଛାରେ ରକ୍ତଦାନ କରି ନିଜକୁ ଗୌରବାନ୍ୟୁତ ମନେ କରୁଛନ୍ତି l ଆଜି ସକାଳ ୧୦ ଟାରୁ ଶିବିର ଆରମ୍ଭ କରାଯାଇ ୨ଟା ପର୍ଯ୍ୟନ୍ତ ଚାଲିଥିଲା ୧୩୦ ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ପରେ ସମ୍ବଲପୁର (ଏସଡିପିଓ ) ପ୍ରଦୀପ ସାହୁ ଏବଂ ରେଙ୍ଗାଲି ଥାନା ଭାରପ୍ରାପ୍ତ ଯଶୋବନ୍ତ ସାଲେମା ଉଭଏ ରହି ରକ୍ତ ଦାତା ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ l ସତରେ ରେଙ୍ଗାଲି ପୋଲିସର ଏହି ପଦକ୍ଷେପକୁ ଅଂଚଳ ଵାସୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ l ରକ୍ତଦାନ ମହତ ଦାନ ବୋଲି କହିଥିଲେ।
Recent Comments