ରେଙ୍ଗାଲି/୨୪ /୦୫/୨୦୨୩/(ଆଧାର ମିଡ଼ିଆ)-ରିପୋର୍ଟ-ସୁନୀଲ କୁମାର ନାଥ
ରେଙ୍ଗାଲି ଓ ଏହାର ଆଖପାଖ ୨୩ ଟି ଗ୍ରାମରେ ଜନ ସାଧାରଣଙ୍କ ସୁବିଧା ନିମନ୍ତେ ଡାକ୍ତରଖାନା ଗୁଡିକରେ ଭିତ୍ତିଭୂମି ଉନ୍ନତିକରଣ ଓ ଡାକ୍ତର ନିଯୁକ୍ତି ଦାବିନେଇ ରାମସେନା, ରେଙ୍ଗାଲି ତରଫରୁ ଏକ ଦାବିପତ୍ର ସିଡିଏମଓଙ୍କୁ ଦିଆଯାଇଅଛି । ଗତ୨୨ତାରିଖ ଜଙ୍ଗଳା ଗ୍ରାମର ଅନୁପମା କୁଅଁର ନାମକ ଜଣେ ମହିଳା ନିଜଘର ବାରିପଟେ ବାସନ ମାଜୁଥିବା ସମୟରେ ଗୋଟିଏ ବିଷଧର ନାଗସାପ କାମୁଡି ଦେବାରୁ ପରିବାର ଲୋକେ ତାଙ୍କୁ ରେଙ୍ଗାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ନଥିବାରୁ ସମ୍ବଲପୁର ଓ ବୁର୍ଲା ନେବାରେ ଡେ଼ରି ହୋଇଥିଲା ଫଳରେ ଅନୁପମାଙ୍କ ମୃତ୍ୟୁ ହୋଇଥିଲା। ଏହି ଅଞ୍ଚଳରେ ଶିଳ୍ପ ସଂସ୍ଥା ଗୁଡିକ ଗଢି ଉଠିଥିବାରୁ ଏହି ସ୍ୱସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରୁଛନ୍ତି। ତେଣୁ ସ୍ଥାୟୀଡାକ୍ତର ହେଲେ ଲୋକେ ଅସୁବିଧାର ସଂମ୍ବୁଖିନ ହେବେନାହିଁ ବୋଲି ପତ୍ରରେ ଉଲ୍ଲେଖ ରହିଛି। ରେଙ୍ଗାଲି ରାମସେନାର ସଭାପତି ନୀତିଶ ଅଗ୍ରୱାଲ,ସମ୍ପାଦକ ଅଭୟ ସାହୁ,ସଭ୍ୟ ସାଗର ନାଏକ, ଚନ୍ଦନ ତିବାରି,ରାଜା ଶର୍ମା ପ୍ରମୁଖ ଜିଲ୍ଲା ସିଡ଼ି ଏମ ଓ ଙ୍କୁ ଦାବିପତ୍ର ଦେଇଛନ୍ତି।ସପ୍ତାହେ ଭିତରେ ସ୍ଥାୟି ଡାକ୍ତର ନିଯୁକ୍ତି ନହେଲେ ଆନ୍ଦୋଳନ ତୀବ୍ର ହେବବୋଲି ଚେତାବନୀ ଦେଇଛନ୍ତି।
Recent Comments