କଣିହାଁ/୨୨/୦୫/୨୦୨୩/ (ଆଧାର ମିଡ଼ିଆ)
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସିର ଦୀପ ତରଙ୍ଗ(ଆରସି) ଠାରେ ରବିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ତାଳଚେର ଉପଖଣ୍ଡ ରକ୍ତ ଭଣ୍ଡାର ତରଫରୁ ଆୟୋଜିତ ରକ୍ତଦାନ ଶିବିରକୁ ଏନଟିପିସି, ଲକ୍ଷ୍ମୀନାରାୟଣ ୟୁଥ ଟ୍ରଷ୍ଟ,ସାନ୍ତ୍ୱନା,ଏଏସପି, ଏସଏମଏସ ଏକାଡେମୀ, ବିଜିଗୋଳ ସୁରକ୍ଷା ସଂଘ ଓ ଉତ୍କଳ ସାମ୍ବାଦିକ ସଂଘ କଣିହାଁ ଶାଖା ଆଦି ଅନୁଷ୍ଠାନ ସହଯୋଗ କରିଥିଲେ।ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଯୋଗଦାନ ପରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଆବଶ୍ୟକ ରକ୍ତର ଅଭାବକୁ ପୂରଣ କରିବା ପାଇଁ କଣିହାଁ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହଯୋଗରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।ଏହି ରକ୍ତଦାନ ଶିବରକୁ ଏନଟିପିସି ଜିଏମ ଏ କେ ସେହଗଲ ,ଏଜିଏମଏକେ ସାମଲ, ୟୁଜେଏ କଣିହାଁ ଶାଖା ସଭାପତି କଷ୍ଟୁଚରଣ ସାମଲ, ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ଧର,ବିଜିଗୋଳ ସୁରକ୍ଷା ସଂଘର ଉପଦେଷ୍ଟା ସୁବୋଧ ପାଣି,ଏସଏମଏସ ଏକାଡେମୀର ଅଧ୍ୟକ୍ଷ ଅନୀଲ ରାଉଳ, ଲକ୍ଷ୍ମୀନାରାୟଣ ୟୁଥ ଟ୍ରଷ୍ଟର ସଭାପତି ସୌରଭ ପ୍ରଧାନ ଯୋଗଦେଇ ଉଦଘାଟନ କରିଥିଲେ। ତାଳଚେର ରକ୍ତ ଭଣ୍ଡାରର ଇନଚାର୍ଜ କର୍ଣ୍ଣରାମ ମହାନ୍ତ, ଟେକ୍ନିସିଆନ ଲକ୍ଷ୍ମଣ ସାହୁ, କୁମୁଦ ଚନ୍ଦ୍ର ସାହୁ, ଲକ୍ଷ୍ମୀ ନାରାୟଣ ପ୍ରଧାନ, ଷ୍ଟାଫ ନର୍ସ ସୋନାଲି ଘଡେଇ, ତ୍ରିନାଥ ହୋତା, ଚନ୍ଦ୍ରମଣି ନାଏକ, ରାଜକିଶୋର ସାହୁ, କଣିହାଁ ସିଏଚସି ଡାକ୍ତର ସୂର୍ଯ୍ୟ ପ୍ରକାଶ ସାହୁ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରକୁ ସମସ୍ତ ଅନୁଷ୍ଠାନର ସଦସ୍ୟଙ୍କ ସହ ସମାଜସେବୀ ଶ୍ରବଣ ସାହୁ, ଦୁଃଖବନ୍ଧୁ ଭୂତିଆ, ହେମନ୍ତ ପ୍ରଧାନ, ବେଣୁଧର ବେହେରା, ସରୋଜ ବେହେରା, ଶିବପ୍ରସାଦ ରାଉତ,ସାମ୍ବାଦିକ ନୀଳକଣ୍ଠ ବେହେରା, ବିଜୟ କୁମାର ବେହେରା,ସୁରସେନ ବେହେରା,ଦୀପକ ବାରିକ,ଏସଏମଏସ ଏକାଡେମୀର ଶ୍ରୀଦେବୀ ସାହୁ, ତାଳଚେର ଜନ ବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ ଥମ୍ବ, ସେବା ପରିବାରର ଅଜୟ ରାୟ ,ଜ୍ଞାନେଶ ନାଥ, ଏନଟିପିସି ଆଇଏନଟିୟୁସିର ସଭାପତି ଜଗବନ୍ଧୁ ପ୍ରଧାନ,ସମ୍ପାଦକ ସତ୍ୟାନନ୍ଦ ପ୍ରଧାନ,ବିଏମଏସ ସମ୍ପାଦକ ବିରେନ୍ଦ୍ର କାନୁନଗୋ ଓ ଅଂଚଳର ବିଭିନ୍ନ ସ୍ଵେଛାସେବୀ ଯୋଗଦେଇ ଆଦି ସହଯୋଗ କରିଥିଲେ।
Recent Comments