ବୌଦ୍ଧ/15/03/2022/ (ନ୍ୟୁଜ-ଆଧାର ଓଡିଶା) ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ତୋଫାନ ପରିଡ଼ାଙ୍କୁ ବିଶ୍ୱର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗ୍ଲୋବାଲ ୟ୍ୟୁଥ୍ ପିସ୍ କମିଟି ତରଫରୁ ରାଜଧାନୀ ଦିଲ୍ଲୀଠାରେ ବିଶ୍ୱ ଯୁବଶାନ୍ତି ଚାମ୍ପିୟନ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ସମାଜସେବୀ ଅଂଶ ଗ୍ରହଣ କରିଥିଲେ। ଯୁବ ସମାଜସେବୀ ତୋଫାନ ପରିଡ଼ା ସମାଜର ବିକାଶ, ଯୁବ ସ୍ବାଭିମାନ ପାଇଁ କାର୍ଯ୍ୟକରି ଏହି ଗୌରବ ହାସଲ କରିବାରେ ସଫଳ ହୋଇଛନ୍ତି। ସେ ଫ୍ରେଣ୍ଡସିଫ୍ କ୍ଲବର ପ୍ରତିଷ୍ଠାତା ହୋଇ ଥିବାବେଳେ ଅନେକ ସଂଗଠନ ସହିତ ଯୋଡି ହୋଇ ସମାଜସେବା କରୁଛନ୍ତି। ବର୍ତ୍ତମାନ କରୋନା ସମୟରେ ଓ୍ୱାସିଡିଏ ବୌଦ୍ଧ ସହିତ କାର୍ଯ୍ୟକରି ୧୭୯ ଗ୍ରାମକୁ ୯୬ ପ୍ରତିଶତ କରୋନା ଟିକା କରଣରେ ସହଯୋଗ କରିଥିଲେ। ଶ୍ରୀ ପରିଡ଼ାଙ୍କ କୃତିତ୍ୱରେ ବୌଦ୍ଧ ସହରର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିବା ବେଳେ ଶ୍ରୀ ପରିଡା ଏହାର ସମସ୍ତ ଶ୍ରେୟ ତାଙ୍କ ପିତାମାତା,ଫ୍ରେଣ୍ଡସିଫ୍ କ୍ଲବ ସଦସ୍ୟ ସଦସ୍ୟା, ଓ୍ୱାସିଡିଏ ଏବଂ ଜିଲ୍ଲା ପ୍ରଶାସନର ସହଯୋଗରୁ ସେ ସଫଳତା ପାଇଛନ୍ତି ବୋଲି କହିଛନ୍ତି .
ରିପୋର୍ଟ-ଧବଳେଶ୍ଵର ମହାପାତ୍ର
Recent Comments