କଣ୍ଟାମାଲ/ବୌଦ୍ଧ/୧୮/୫/୨୦୨୩/ (ଆଧାର ମିଡ଼ିଆ)ରିପୋର୍ଟ-ପ୍ରଭଞ୍ଜନ ପୁରୋହିତ
ବାଉଁଶୁଣି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବାକୁ ବହୁବର୍ଷ ହେଲା ଦାବି ହୋଇଆସୁଛି.ଗତ ୯/୫/୨୩/ତାରିଖ ଜିଲ୍ଲା ପରିଷଦ ବୈଠକରେ ଏନେଇ ଯୋନ ୪ର ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ ଦାବି କରିଥିଲେ.ଜିଲ୍ଲା ପ୍ରଶାସନର ନିଷ୍ପତି ଅନୁସାରେ ପ୍ରତ୍ୟେକ ମାସର ତୃତୀୟ ସୋମବାର ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକତ୍ସା ଳୟର ୪ ଜଣ ବିଶେଷ ଜ୍ଞଡାକ୍ତର ଏଠାକୁ ଆସି ରୋଗୀ ଦେଖିବା ସହ ଚିକତ୍ସା ସେବା ଯୋଗାଇଦେବେ.ଯାହା ଆଜି ଆରମ୍ଭ ହୋଇଛି.ଜିଲ୍ଲା ପ୍ରସନର ଏଭଳି କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତି କରିଛନ୍ତି.ଡା.ଅରୁଣ ବିଶ୍ୱାଳ ସର୍ଜରୀ ବିଭାଗ,ଡା.କିସର ପଟ୍ଟନାୟକ କର୍ଣ୍ଣ ନାସା ଗଳାବିଭାଗ,ଡା.ଅଶୋକ ପ୍ରଧାନ ମେଡ଼ିସିନ ବିଭାଗ ଓ ଡାକ୍ତର ଦେବାନନ୍ଦ ସୁବୁଦ୍ଧି ସ୍ତ୍ରୀ ରୋଗ ବିଶେଷଜ୍ଞ,ଡାକ୍ତର ସମୂହ ବଉଁସୁଣୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଇ ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଥିଲେ.
Recent Comments