କଣ୍ଟାମାଲ/ବୌଦ୍ଧ/୧୨/୫/୨୦୨୩/(ଆଧାର ନ୍ୟୁଜ)ରିପୋର୍ଟ-ପ୍ରଭଞ୍ଜନ ପୁରୋହିତ
ଦହ୍ୟାଗ୍ରାମର ଭୂମିସୁତା ଦଣ୍ଡସେନା (୪୭ ବର୍ଷ )ଆଜକୁ ତିନିମାସ ହେଲ ପକ୍ଷାଘାତ ରୋଗରେ ପୀଡିତ ହୋଇଛନ୍ତି ଏଥିପାଇଁ ସେ ଚଲା ବୁଲା କରି ପାରୁନାହାନ୍ତି, ଭୂମିସୁତା ଗତ ଫେବୃୟାରୀ ମାସ ୯ ତାରିଖରେ ଘରେ ମୁଣ୍ଡ ବୁଲାଇ ପଡି ଯିବାରୁ ତାଙ୍କର ଚେତା ଚାଲି ଯାଇଥିଲା. ପରିବାର ଲୋକେ ତାଙ୍କୁ ସୋନପୁର ଡାକ୍ତର ଖାନାକୁ ନେଇ ଭର୍ତ୍ତିକରି ଥିଲେ, ସେଠାରେ ଭୂମିସୁତା ଭଲ ନ ହେବାରୁ ଭୀମସାର ବୁର୍ଲାକୁ ନେଇ ଚିକିତ୍ସା କରିଥିଲେ.ଚିକିତ୍ସା ଦ୍ଵାରା ଚେତା ଫେରିଲା ହେଲେ ତାଙ୍କର ସୃତିଶକ୍ତି ହ୍ରାସ ପାଇବାସହ ଗୋଡ଼ଦୁଇଟି ଆଉ କାମ କଲାନି. ଆୟର ଏକମାତ୍ର ପନ୍ଥା ଚାଷ ଜମି ଦୁଇଏକର ବନ୍ଦକ ରଖି ୩୦ ହଜାର ଟଙ୍କା ଖର୍ଚକରି ବୁର୍ଲାରେ ୧୦ ଦିନ ରଖି ଚିକିତ୍ସା କରିବା ସତ୍ତ୍ୱେ ସମ୍ପୂଣ୍ଣ ସୁସ୍ଥ ହୋଇ ନଥିଲେ ଵି ଅର୍ଥ ଅଭାବରୁ ସ୍ୱମୀ ଶ୍ରୀକାନ୍ତ ଦଣ୍ଡସେନା ଭୁମି ସୁତାଙ୍କୁ ଘରକୁ ନେଇ ଆସିଲେ. ଭୁମି ସୂତାଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିଲେମଧ୍ୟ ତାହାର ଉପ ଯୋଗନେଇ ଶ୍ରୀକାନ୍ତ ସଠିକ କିଛି ଜାଣି ପାରୁନାହାନ୍ତି.ଏପଟେ ନିଜ ସ୍ତ୍ରୀ ଙ୍କ ଦେଖାଶୁଣା କରିବା ଦ୍ଵାରା ଶ୍ରୀକାନ୍ତ ବାହାରକୁ କାମ କରି ଯାଇ ପାରୁନାହାନ୍ତି.ଏଭଳି ପରି ସ୍ଥିତିରେ ଶ୍ରୀକାନ୍ତ ସ୍ତ୍ରୀଙ୍କ ସ୍ୱସ୍ଥ୍ୟ ସମସ୍ୟା ଓ ଆର୍ଥିକ ସଂଙ୍କଟକୁ ନେଇ ମାନସିକ ଚାପରେ ଅଛନ୍ତି.ଏଣୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତିପକ୍ଷରୁ ତାଙ୍କପତ୍ନୀ ଭୁମି ସୁତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଶ୍ରୀକାନ୍ତ ଦଣ୍ଡସେନା ଦାବି କରିଛନ୍ତି.
Recent Comments