ଗୁଣୁପୁର/ରାୟଗଡା/ ୦୮ /୦୫ /୨୦୨୩/ (ଆଧାର ନ୍ୟୁଜ)
ଗୁଣୁପୁର, ସ୍ଥାନୀୟ ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ଆଜି ରେଡ଼କ୍ରସ ଦିବସ ପାଳନ କରାଯାଇଛି । ରେଡ଼କ୍ରସ କଣ, କାହିଁକି ଓ ଏହାର ଭୂମିକା ସମ୍ପର୍କରେ ଅନୁଷ୍ଠାନର କାଉନ୍ସେଲର ଅଜିତ୍ ମହାନ୍ତି ପ୍ରାଞ୍ଜଳ ଭାବେ ଆଲୋକପାତ କରିଥିଲେ । ମଦର ଟେରସା, ଉତ୍କଳମଣି ଗୋପବନ୍ଧୁ ଦାସ, ଭଗିନୀ ନିବେଦିତା ପ୍ରଭୃତିଙ୍କ ସମର୍ପିତ ସେବା ଜୀବନର ଉଦାହରଣ ଦେଇ ଛାତ୍ର ଜୀବନରୁ ସେବା ମନଭାଵ ଜାଗ୍ରତ ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ଆଶା କର୍ମୀ ଉପସ୍ଥିତ ରହି ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ପରିଚାଳକ ଅକ୍ଷୟରଞ୍ଜନ ମହାନ୍ତି, ଏସ ସୁମନ,କୈଳାସ ଶବର, ଅଖିଳ ମହାନ୍ତି, ରାମଚନ୍ଦ୍ର ବେବର୍ତ୍ତା, ବଳରାମ ପଣ୍ଡା, ସାରଥି ଦେବୀ, ହିମାଂଶୁ ଶେଖର,ରମେଶ ଶବର ପ୍ରମୁଖ ଉପସ୍ଥିତ ଥିଲେ ।
Recent Comments