ସୁବର୍ଣ୍ଣପୁର/୦୮/୦୫/୨୦୨୩/ (ଆଧାର ନ୍ୟୁଜ)
ବିଶ୍ଵ ରେଡ଼କ୍ରସ ଦିବସ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ ଅତିଥି ଭବନରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ରେଡ଼କ୍ରସର ମିଳିତ ସହଯୋଗ ରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଜ଼ିଲ୍ଲାପାଳ ଶ୍ରୀ ଦାଶ ଉଦଘାଟନ କରିଥିବା ବେଳେ ଏଡିଏମ ନିଶି ପୁନମ ମିଞ୍ଜ, ଜିଲ୍ଲା ରେଡ଼କ୍ରସ ଯୁବ ସଂଯୋଜକ ଉମାକାନ୍ତ ନାଗ ,ଜ଼ିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଡି ଆଇ ପି ଆର ଓ ଅଶ୍ୱିନୀ ଭୋଇ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତlମସ୍ମିତା ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜେ ରକ୍ତ ଦାନ କରି ରକ୍ତ ଦାତାଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ l ଜିଲ୍ଲାପାଳଙ୍କ ସମେତ ସହକାରୀ କର୍ମଚାରୀ ଓ ଅନ୍ୟାନ୍ୟ ସଂଗଠନ ର କର୍ମକର୍ତ୍ତା,୧୦ଜଣ ମହିଳା ରକ୍ତ ଦାତାଙ୍କ ସମେତ ୬୦ରୁ ଉର୍ଦ୍ଧ୍ବ କର୍ମଚାରୀ ରକ୍ତ ଦାନ ଶିବିରରେ ରକ୍ତଦାନ କରିଛନ୍ତି। ଜିଲ୍ଲା ପ୍ରଶାସନର ଦିନେଶ ମିଶ୍ର, ଆଲୋକ ଦାସ, ରେଡକ୍ରସ କର୍ମକର୍ତ୍ତା ପ୍ରମୁଖ ଶିବିର ସଂଯୋଜନା ଓ ପରିଚାଳନାରେ ସହଯୋଗ କରିଥିଲେ ।
Recent Comments