logo
add image
ବୌଦ୍ଧ ଜିଲାର ୬ ଗୋଟି ଶିକ୍ଷାନୁଷ୍ଠାନରେ ଉଦଘାଟିତ ହେଲା ଯୁବ ରେଡକ୍ରସ ଶାଖା

ବୌଦ୍ଧ ଜିଲାର ୬ ଗୋଟି ଶିକ୍ଷାନୁଷ୍ଠାନରେ ଉଦଘାଟିତ ହେଲା ଯୁବ ରେଡକ୍ରସ ଶାଖା

ବୌଦ୍ଧ/୦୮/୦୫/୨୦୨୩/ (ଆଧାର ନ୍ୟୁଜ)-ରିପୋର୍ଟ-ଧବଳେଶ୍ଵର ମହାପାତ୍ର
ବିଶ୍ୱ ରେଡକ୍ରସ ଦିବସରେ ବୌଦ୍ଧଜିଲ୍ଲାରେ ବିିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁର ଯୋଗଦେଇଥିଲେ । ଏହି ଅବସରରେ ଜିଲାର ୬ ଗୋଟି ଶିକ୍ଷାନୁଷ୍ଠାନରେ ଯୁବ ରେଡକ୍ରସ ଶାଖାକୁ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଉଦଘାଟନ କରିଥିଲେ l ଏହି ଅବସରରେ ଆୟୋଜିତ ଆଲୋଚନା ସଭାରେ ସେବାକୁ ଆଧାର କରି ଛାତ୍ର ଜୀବନରୁ ହିଁ ଦେଶର ସେବା କରିବାକୁ ଆଗେଇ ଆସିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହାସହ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି , ଯୁବ ରେଡକ୍ରଶର ସ୍ୱଚ୍ଛେସେବୀ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ,ସାଧାରଣ ନାଗରିକ ମାନଙ୍କୁ ମନ୍ତ୍ରୀ ନିଶା ସେବନ କରିବା ନାହିଁ ବୋଲି ଶପଥପାଠ କରାଇଥିଲେ l ଏହି ଅବସରରେ ଆୟୋଜିତ ପ୍ରତିଯୋଗତାର କୃତୀ ପ୍ରତିଯୋଗୀ, ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ସ୍ୱେଛାସେବୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l

 

Recent Comments

Leave Comments

Top