କଣିହାଁ/ ୭/୫/୨୦୧୩/(ଆଧାର ନ୍ୟୁଜ)
ଅନଗୁଳ ଜିଲ୍ଲା କଣିହାଁ ବ୍ଲକ ପରାବିଲ ପଞ୍ଚାୟତ ପବିତ୍ର ନଗର ବିଦ୍ୟାଳୟ ପରିସରରେ ଜେବି ଆର ଘୋରଇ ମେଡିକାଲ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥିଭାବେ ପାଲଲହଡା ବିଧାୟକ ମୁକେଶ ପାଳ, କଣିହାଁ ବ୍ଲକଅଧକ୍ଷ ରାମକୃଷ୍ଣ ପ୍ରଧାନ, ଭେଷଜ ବିଭାଗ ଡ଼ା ସୋମ୍ୟ ରଞ୍ଜନ ପରିଡା, ସ୍ତ୍ରୀ ପ୍ରସ୍ତୁତି ବିଭାଗ ଡ଼ା ଶଙ୍କର୍ଷଣ ଗାନ, ଚର୍ମ ବିଭାଗ ଡ଼ା ଶିବରାମ ପଣ୍ଡା ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ. ଏହି ସ୍ୱାସ୍ଥ୍ୟ ଶିବିରରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଡ ଧାରିଙ୍କ ପାଇଁ ମାଗଣା ଅସ୍ତ୍ରୋପଚାର ଓ ଚିକିତ୍ସା ସୁବିଧା ଉପଲବ୍ଧ ହୋଇ ପାରିବ ବୋଲି କହିଥିଲେ ଆଜିର ଏହି ସ୍ୱାସ୍ଥ୍ୟ ଶିବିରରେ ୧୩ ଜଣ ରୋଗୀ ବିଭିନ୍ନ ପ୍ରକାର ରୋଗ ପରୀକ୍ଷା କରି ମାଗଣା ଔଷଧ ଯୋଗାଇ ଥିବାର ଅନୁଷ୍ଠାନ ତରଫରୁ ମତପ୍ରକାଶ.ଏଥିରେ ସାମାଜିକ କର୍ମୀ ଶାନ୍ତନୁ କୁମାର ମଲିକ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ .
Recent Comments