ସୁବର୍ଣ୍ଣପୁର/26/04/2023/ (ଆଧାର ଓଡିଶା)
ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ନିଯୁକ୍ତ ଜିଲ୍ଲାର ଯୋଗ ପ୍ରଶିକ୍ଷକଙ୍କ ଏକ ବୈଠକ ସ୍ଥାନୀୟ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଯୋଗ ସଂସ୍ଥାନ ସଭାପତି ମନୋଜ ପଣ୍ଡା ଓ ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁଙ୍କ ସଂଯୋଜନାରେ ଜିଲ୍ଲାର ପ୍ରତି ଡାକ୍ତର ଖାନାରେ ନିଯୁକ୍ତ 29ଜଣ ଯୋଗ ପ୍ରଶିକ୍ଷକ ଏ କାର୍ଯକ୍ରମରେ ଭାଗ ନେଇଥିଲେ । ପ୍ରତି ରୋଗୀକୁ ଔଷଧ ସହିତ ହସ୍ପିଟାଲ ମାନଙ୍କ ରେ ଯୋଗ ପ୍ରଶିକ୍ଷଣ ଦେଈ ପ୍ରତି ରୋଗୀଙ୍କୁ ସ୍ୱାସ୍ଥ୍ୟବାନ କରିବା ସକାଶେ ଯୋଗକୁ ଏକ ଅଭ୍ୟାସ ଭାବେ ପରିଣତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡ. ବିଶ୍ଵ ରଂଜନ ପତି ସମସ୍ତ ଯୋଗ ପ୍ରଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଏଡିଏମ ଓ ଏଫ ଡବ୍ଲୁ ଡାକ୍ତର ଦୈତ୍ୟ ନାରାୟନ ପାଢୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମନୋଜ୍ କୁମାର ଅଦାବର, ଏଡିପିଏଚଓ ଡ. ରମେଶ ଚନ୍ଦ୍ର ସ୍ଵାଇଁ, ଡ. ପଦ୍ମ ହଂଶା ଦୋରା, ଡିପିଏମ ଶ୍ରୀ ବିଶ୍ବମ୍ବର ବେହେରା, ଡି ଡି ଏମ ପ୍ରଦୀପ କୁମାର ସାହୁ ପ୍ରମୁଖ ଏ ବୈଠକରେ ଯୋଗ ପ୍ରଶିକ୍ଷକଙ୍କ ଆଗାମୀ ଦିନର କାର୍ଯ୍ୟଶୈଳୀ ଉପରେ ସୁଚନା ଦେଇଥିଲେ । ସେହିପରି ଆଗାମୀ ବିଶ୍ଵ ଯୋଗ ଦିବସ ପାଳନ ଉପରେ ଏକ ଆଲୋଚନା କରା ଯାଇଥିଲା,ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ପ୍ରତି ଯୋଗ ପ୍ରଶିକ୍ଷକକୁ ଏକ ପରିଚୟ ପତ୍ର ପ୍ରଦାନ କରା ଯାଇଛି। ସଭା ଶେଷରେ ଜିଲ୍ଲାର ଯୋଗ ପ୍ରଶିକ୍ଷକ ଦୀପ୍ତିରଞ୍ଜନ କର୍ଣ୍ଣ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l
Recent Comments