ଟିକିରି/ରାୟଗଡା/ ୧୪/୦୩/୨୨/ ( ନ୍ୟୁଜ-ଆଧାର ଓଡିଶା )ରାୟଗଡା ଜିଲ୍ଲା କାଶିପୁର ବ୍ଲକ କୁଚେଇପଦର ପଞ୍ଚାୟତ ହାତିମୁଣ୍ଡା ଟିକିରି ଗ୍ରାମରେ କୃଷ୍ଟ ଝୋଡିଆ ଵୟସ 50 ଛେଳି ଚରାଇବାକୁ ପାଖ ଜଙ୍ଗଲକୁ ଯାଇଥିଲେ ସେହି ସମୟରେ ପଛପଟୁ ଆସି ୨ଟି ଭାଲୁ ଆକ୍ରମଣ କରିଥିଲେ .ଯାହା ଫଳରେ କୃଷ୍ଟ ଝୋଡିଆ ଗୁରୁତର ଆଘାତ ହୋଇଯାଇଛନ୍ତି ଏହା ପରେ ସେହି ରାସ୍ତାଦେଇ ଆଉ କିଛିଲୋକ ଗୋରୁ ନେଇ ଚୋରାଇବାକୁ ଯାଉଥିବା ସମୟରେ ତାଙ୍କୁ ଦେଖି ତୁରନ୍ତ ତାଙ୍କ ଘରକୁ ଖବର ଦେଇଥିଲେ ଏହା ପରେ କୃଷ୍ଟ ଝୋଡିଆକୁ ଉଷାପଡା ସ୍ଥିତ ଉକ୍ରଳଆଲୁମିନା ମେଡିକାଲରେ ଭର୍ତି କରିଛନ୍ତି । ବର୍ତମାନ ଚିକିସ୍ଚା ଚାଲିଅଛିlଏହି ଖବର ପାଈ ଟିକିରି ଵନ ଅଧିକାରୀ କାମେଶ୍ଵର ଆଚାରି ଘଟଣା ସ୍ଥଳକୁ ପହଞ୍ଚି ଏହାର ତଦନ୍ତ ଚାଲିଛି କହିଛନ୍ତି ଏହି ଭାଲୁ ଆକ୍ରମଣରେ ଗୁରୁତ୍ୱ ହୋଇଥିବା ଲୋକଙ୍କୁ କିଛି ସରକାରୀ ଆର୍ଥିକ ସହାୟତା କରାଯିବ ବୋଲି ଟିକିରି ଵନ ଅଧିକାରି କହିଛନ୍ତିl ( ରିପୋର୍ଟ-ସହଦେଵ ସାହୁ )
Recent Comments