logo
add image
 ଜିଲ୍ଲାସ୍ତରୀୟ ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ

ଜିଲ୍ଲାସ୍ତରୀୟ ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ

ରାୟଗଡା / (ଆଧାର ନ୍ୟୁଜ )-ରିପୋର୍ଟ-ସହଦେଵ ସାହୁ
ରିୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ଏକ ପରିବାର ନିୟୋଜନ ସଚେତନତା ରଥକୁ ଆଜି ପୁର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ପତାକା ହଲାଇ ଶୁଭାରମ୍ଭ କରିଥିଲେ  । ପରିବାର ନିୟୋଜନ ଉପରେ ବିଭିନ୍ନ ସଚେତନତା ବାର୍ତ୍ତାନେଇ ଏହି ସୁସଜ୍ଜିତ ରଥ ଏପ୍ରିଲ ୧୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳ ପରିକ୍ରମା କରିବ। ପରିବାର ନିୟୋଜନ ପଦ୍ଧତି ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁଥିବା ବିଭିନ୍ନପ୍ରକାରର ପରିବାର ନିୟୋଜନ ସେବା ସଂପର୍କରେ ଏଲିଇଡି ଟିଭିରେ ବିଭିନ୍ନ ଭିଡିଓ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବ । ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁଥିବା ସମସ୍ତ ସେବା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ବିଭିନ୍ନ ପ୍ରକାର ପରିବାର ନିୟୋଜନ ପଦ୍ଧତି ବଣ୍ଟନ କରାଯିବ । ଏହିରଥ ପ୍ରତି ତିନିମାସ ବ୍ୟବଧାନରେ ୧୫ ଦିନ ଧରି ଜିଲ୍ଲା ପରିକ୍ରମା କରିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ମାସରେ ପରିକ୍ରମା କରିବ  ।
ଏହି ସଚେତନତା ରଥର ଶୁଭଉଦଘାଟନ ଅବସରରେ  ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଶ୍ରୀ ରଏ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭି ଏଲ ଏନ ରାଜୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡା ବି ଏଲ ଏନ ପୃଷ୍ଟି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡା ମମତା ସାହୁ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜେଶ୍ୱର ରାଓ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆଶା, ମହିଳା ଆରୋଗ୍ୟ ସମିତି ସଦସ୍ୟାଙ୍କୁ ନେଇ ଏକ ସଚେତନତା ସଭା କରାଯାଇଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପରିପ୍ରେକ୍ଷୀରେ ଏକ ଦସ୍ତଖତ ଅଭିଜାନ କରାଯାଇଥିଲା । 
ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ କରିବା ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ ଯେ ପରିବାର ନିୟୋଜନ କ୍ଷେତ୍ରରେ ରାଜ୍ୟ ପରିବାର କଳ୍ୟାଣ ବିଭାଗରେ ଏହା ଏକ ଉନ୍ନତିମୂଳକ ପଦକ୍ଷେପ ଏହା ଦ୍ୱାରା ଲୋକ ବିଭିନ୍ନ ପରିବାର ନିୟୋଜନ ପଦ୍ଧତି ବିଷୟରେ ଅବଗତ ହେବେ ଏବଂ ଏହି ସଚେତନତା ରଥ ପରିକ୍ରମା ସମୟରେ ଜନସାଧାରଣଙ୍କୁ ପରିବାର ନିୟୋଜନ ପଦ୍ଧତି ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ପ୍ରଦାନ କରାଯିବ ।   

Recent Comments

Leave Comments

Top