କଣିହାଁ/୯।୪/୨୦୨୩/ (ଆଧାର ନ୍ୟୁଜ )
ଏନଟିପିସି, କଣିହାଁ ଶାଖା ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ରବିବାର ଅମୃତ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏନଟିପିସି ଦୀପଶିଖା ସ୍ଥାୟୀ କଲୋନୀ କଲ୍ୟାଣମଣ୍ଡପ ଠାରେ ଆଜି ଅମୃତ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ରକ୍ତଦାନ ଶିବିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏନଟିପିସି (ଜୋନ-୨) ର ଆରଇଡି ଅସୀମ୍ କୁମାର ଗୋସ୍ୱାମୀ, ସ୍ୱତନ୍ତ୍ର ଅତିଥି ଭାବରେ ଏନଟିପିସି, କଣିହାଁ ପ୍ରକଳ୍ପ ମୁଖ୍ୟ ତଥା ଇଡି କେ.ଏସ.ସୁନ୍ଦରମ୍ ଏବଂ ସମ୍ମାନିତ ଅଥିତି ଭାବରେ ଏନଟିପିସି ମହାପ୍ରବନ୍ଧ ଏ.କେ. ସିଂଘଲ, ମହାପ୍ରବନ୍ଧକ ଆର.ଏନ.ଦାସ ,ୱାଇ.ଏମ ମୂରଲୀକ୍ରିଷ୍ଣା , ଅତିରିକ୍ତ ମହାପ୍ରବନ୍ଧକ (ମାନବ ସମ୍ବଳ)ବିଭାଗ ବି.କେ. ପାଣ୍ଡେ,ଶ୍ରୀ ସତ୍ୟ ସାଇ ସେବା ସମିତିର ଅନୁଗୋଳ ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ରଥ ପ୍ରମୁଖ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ । କର୍ମଚାରୀ ଶ୍ରମିକ ସଂଗଠନ ପଦାଧିକାରୀ, ସଦସ୍ୟ, ଆସୋସିଏସନ ସଦସ୍ୟ, ସ୍ଥାନୀୟ ସ୍ୱେଚ୍ଛାସେବୀ କର୍ମୀ ସାମିଲ ହୋଇଥିଲେ । ଖୋଦ ଏନଟିପିସି ଆରଇଡି ଶ୍ରୀ ଗୋସ୍ୱାମୀ ରକ୍ତଦାନ କରିଥିଲେ।ନିଜେ ରକ୍ତଦାନ କରିବା ସହ କର୍ମଚାରୀ, ଯୁବପିଢୀ ମାନେ ସାମିଲ ହେବା ପାଇଁ ଆରଇଡି ଶ୍ରୀ ଗୋସ୍ୱାମୀ ଆହ୍ୱାନ କରିଥିଲେ। ସେହିପରି ଅତିଥିମାନେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । କଣିହାଁ ସମିତିର ପ୍ରହ୍ଲାଦ ସାହୁ, ଅର୍ଜୁନ ପ୍ରଧାନ, ବାବୁଲ୍ ସାହୁ, ଡଃ ଅପରାଜିତା ମିଶ୍ର, ନିରୁପମା ସାହୁ, ଅଖିଳ ସାହୁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଅନୁଗୋଳ ରକ୍ତ ଭଣ୍ଡାର ଡାକ୍ତର, କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ବର୍ତ୍ତମାନ ଗ୍ରୀଷ୍ମ ସମୟରେ ଜିଲ୍ଲାରେ ରକ୍ତର ପ୍ରଚୁର ଆବଶ୍ୟକତା ଥିବା ସମୟରେ ସଂଗଠନର ଏହି କାର୍ଯ୍ୟକ୍ରମକୁ ଅତିଥିଗଣ ଉଚ୍ଚ ପ୍ରଶଂସା କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ମୋଟ ୮୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶ୍ରବଣ କୁମାର ସାହୁ, ରୂପକ କୁମାର ପାଣି, ବେଣୁଧର ସାହୁ ପ୍ରମୁଖ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ
Recent Comments