ରାୟଗଡା/୦୮/୦୪/୨୩/ (ଆଧାର ନ୍ୟୁଜ)ରିପୋର୍ଟ-ସହଦେଵ ସାହୁ
ରାୟଗଡା ସହରରେ ଥିବା ସାଇପ୍ରିୟା ମହିଳା ୱାର୍କସ କ୍ଲବ କାଲି ମଟିକଣ। ପଞ୍ଚାୟତର ସରକାରୀ ବିଶ୍ୱ ସ୍ୱାସ୍ଥ୍ୟଦିବସ ପାଳନ କରାଯାଇଛି । ଏଥିରେ ଗ୍ରର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସଙ୍ଗେ ଫଳ ଓ ଶାଡୀ ବଣ୍ଟନ କରାଯାଇଥିଲା । ଏଥି ପୂର୍ବରୁ ଏହି ଗ୍ରାମରେ ସରକାରୀ ବିବ୍ୟାଲୟରେ ଚକ୍ଷୁ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ୮୦ ଭାଗରୁ ଅଧିକ ଗ୍ରାମବାସୀଙ୍କ ଚକ୍ଷୁଚିକିତ୍ସା କରିବା ସଙ୍ଗେ ସଙ୍ଗେ ଆନୁଷଙ୍ଗିକ ଔଷଧ ବଣ୍ଟନ କରାଯାଇଥିଲା । ଏଥିରେ ପିତାମହଲ ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଏବଂ ପିତାମହଲ ସ୍ୱାସ୍ଥ୍ୟସେବା ଭିବଗର ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ସହଯୋଗ କରିଥିବାବେଳେ ଚକ୍ଷୁ ବିଶେଷଜ୍ଞ ଡା,ସୁରେଶ କୁମାର,ସଂଯୋଜକ ସୁବାସ ବେହେରା,କ୍ଷେତ୍ରିୟ ଶାଖା ସଂଯୋଜକ ସତ୍ୟବାଦୀ ପତି, ଆଞ୍ଚଲିକ କ୍ଷେତ୍ରିୟ ସଂଯୋଜକ ଅଭିମନ୍ୟୁ ନାୟକ, କ୍ଲବ ସଭାନେତ୍ରୀ ଶ୍ରୀମତୀ ଚଦ୍ରମୌଳି ଦେବୀ,ସମ୍ପାଦିକା ଶ୍ରୀମତୀ ଅରୁଣା କେନୁଗଭ, ଅନ୍ୟାନ୍ୟ ସଭ୍ୟା ଉପସ୍ଥିତ ଥିଲେ.
Recent Comments