ସୁବର୍ଣ୍ଣପୁର/୦୫/୦୪/୨୦୨୩/ (ଆଧାର ନ୍ୟୁଜ)
ଜିଲ୍ଲାର ସଦର ମହକୁମା ସ୍ଥିତ ସରକାରୀ ପୋଲି ଟେକନିକ୍ କଲେଜ ରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି। କଲେଜ୍ ଅଧ୍ୟକ୍ଷ ଗୌରହରୀ ସାହୁଙ୍କ ସଂଜୋଯନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶିବିର କୁ ଉଦଘାଟନ କରିଥିଲେ ।ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେତୁ ଦେଖା ଦେଇଥିବା ରକ୍ତ ସଙ୍କଟକୁ କିଛି ମାତ୍ରାରେ ଏ ଶିବିର ସହାୟ ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମତ ଦେଇଥିଲେ । ବେଦ ପ୍ରଚାର ସମିତିର ସଭାପତି ପଙ୍କଜ ମେହେର, ଜିଲ୍ଲା ରକ୍ତଦାତା ସେବାସଂଘ ସଭାପତି ମନୋଜ ପଣ୍ଡା, କଲେଜର ପ୍ରଶିକ୍ଷକ ପଦ୍ମ ଲୋଚନ ବେହେରା , ସାରଦା କୁମାର ନାୟକ, ଶରତ କୁମାର ବିଶ୍ୱାଳ ଲକ୍ଷ୍ମଣ ହେମ୍ବ୍ରମ, ସୁଭସ୍ମିତା ବେହେରା , ପୁରାତନ ଛାତ୍ର ଗୋପାଳ ବେହେରା ପ୍ରମୁଖ ରକ୍ତଦାନ ଶିବିରରେ ସହାୟତା କରିଥିଲେ। ବିଭିନ୍ନ ବିଭାଗର ୯ଜଣ ଛାତ୍ରୀ ସହିତ ସମୁଦାୟ ୬୩ୟୁନିଟ ରକ୍ତ ସଂଗ୍ରହ କରା ଯାଇଚି। ଟେକ୍ନିସିଏନ ଟିଟୁ ଭୋଇ, ଜଗତ ଦରୁଆନ ଓ ଡଃ ଦୁର୍ଗାଦତ୍ତ ଦାସ ରକ୍ତ ସଂଗ୍ରହ କରିଥିଲେ ।
Recent Comments