logo
add image
 ଔଷଧ ଗୋଦାମ ଗୃହ ଓ ବିତରଣ କେନ୍ଦ୍ର ଖୋଲିବାର ଦାଇତ୍ବରେ ଥିବା କର୍ମଚାରୀ ଅନୁପସ୍ଥିତ ଅଭିଯୋଗ

ଔଷଧ ଗୋଦାମ ଗୃହ ଓ ବିତରଣ କେନ୍ଦ୍ର ଖୋଲିବାର ଦାଇତ୍ବରେ ଥିବା କର୍ମଚାରୀ ଅନୁପସ୍ଥିତ ଅଭିଯୋଗ

ବିନିକା/୨୯/୩/୨୦୨୩/(ଆଧାର ନ୍ୟୁଜ)
ସୋନପୁର ଜିଲ୍ଲା ବିନିକା ସହର ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅବସ୍ଥାପିତ ବ୍ଳକ ସ୍ତରୀୟ ଔଷଧ ଗୋଦାମ ଗୃହ ବିନିକା ଓ ଔଷଧ ବିତରଣ କେନ୍ଦ୍ର ସରକାରୀ ନିୟମ କାନୁନରେ ଖୋଲା ହେଉନଥିବା ଦିର୍ଘ ଦିନରୁ ଅଭିଯୋଗ ହେଉଛି. ଡ଼ାକ୍ତର ଖାନାରେ ଡ଼ାକ୍ତର ଅଭାବସହ ବିନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ମେଡ଼ିକାଲ ଅଫିସର ନଥିବାରୁ  କର୍ମଚାରୀ ମାନେ ନଜ ମନଇଚ୍ଛା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି. ଲୋକଙ୍କ ଅଭିଯୋଗ ଅନୁଶାରେ ଆମ  ପ୍ରତିନିଧି ଗୋଷ୍ଠି ସ୍ୱାସ୍ଥ୍ୟ  କେନ୍ଦ୍ରର ଅବସ୍ଥା ପରିଲକ୍ଷିତ କରିଥିଲେ. ଦିନ ୮ ଘଣ୍ଟାରେ ଔଷଧ ବିତରଣ କେନ୍ଦ୍ର ଖୋଲିବାର ନିୟମ ଥିଲାବେଲେ ଦାଇତ୍ୱରେଥିବା ଲୋକନାଥ ଭୋଇ ଦିନ ୯ ଘଣ୍ଟା ଅର୍ଥାତ ଗୋଟିଏ ଘଣ୍ଟା  ବିଲମ୍ବରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ଥିବା ଔଷଧ ବିତରଣ କେନ୍ଦ୍ର ଖୋଲିଥିଲେ. ଔଷଧ ନେବାକୁ ଅପେକ୍ଷାରେ ଥିବା ରୋଗି ତଥା ରୋଙ୍କ ସହ ଯୋଗି ଏଥିପ୍ର କ୍ଷୋଭ ପ୍ରକାଶ କରିଥିଲେ. ଏନେଇ ଔଷଧ ବିରକଙ୍କ ମତାମତ ନେବାରୁ ମୋର ବାଇରେ ପେଟ୍ରାଲ ପମ୍ପରେ ତେଳ ପକାଇବାର ବିଲମ୍ବ ହେବାରୁ ଗୋଟିଏ ଘଣ୍ଟା ବିଲମ୍ବ ହୋଇଥିବା କହିଥିଲେ. ବ୍ଳକ ସ୍ତରୀୟ ଔଷଧ ଗୋଦାମ ଗୃହ ବିନିକା ଦାଇତ୍ୱରେ  ଥିବା ପ୍ରକାଶ ମହାକୁର ପ୍ରାୟ ମନଇଚ୍ଛା ଆସନ୍ତି ଓ ମନଇଛ୍ଚା ସୋନପୁର ଫେରୁଥିବା ଅଭିଯୋଗ ହୋଇ ଆସୁଅଛି. ବ୍ଳକ ସ୍ତରୀୟ ଔଷଧ ଗୋଦାମ ଗୃହ ବୁଧବାର ଦିନ ଖୋଲା ହୋଇନଥିବା ଦେଖିବାକୁ ମିଲିଥିଲା. ଏହି ଗୋମ ଗୃହରୁ ବିଭିନ୍ନ ଡ଼ାକ୍ତର ଖାନାକୁ ଔଷଧ ପ୍ରେରଣ ହେବାର ନିୟମ ରହିଛି. ଶ୍ରୀ ମହାକୁର ଯେଉଦିନ ଆସନ୍ତି ଦେଇଦିନ ଫୋନ ମାଧ୍ୟମରେ ଜଣା ଦେଲାପରେ ଔଷଧ ନେବାକୁ ଆସୁଥିବା ଚର୍ଚ୍ଚା ହେଉଛି. ସରକାର ଓ ଜିଲ୍ଲା ପ୍ରଶାସନ କ୍ରୟ କରି  ଯୋଗାଉଥିବା ଔଷଧ ଗୁଡ଼ିକ ଠିକ ହିସାବରେ ଉପଯୋଗ ହେଉନଥିବା ଆଲୋଚନା ହେଉଛି. ଜେଉଁ ଔଷଧରେ ମାଗଣା ଔଷଧ ଲେଖା ହୋଇନାହିଁ ସେଗୁଡ଼ିକ ପୁଣି ବିଭିନ୍ନ ବେସରକାରୀ ଔଷଧ ଦୋନକରେ ବିକ୍ରୟ ହେଉଥିବା ଅଭିଯୋଗ ହେଉଛି. ଏନେଇ ବାରମ୍ବାର ଏନେଇ ବିଭିନ୍ନ ଅଧିକାରୀ ମାନଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ଫଳ କିଛି ମିଲୁନାହିଁ. ଶ୍ରୀ ମହାକୁରଙ୍କୁ ଔଷଧ ଗୋଦାମ ଖୋଲା ହୋଇନ ଥିବା ବିଷୟରେ ଜଣିବାପାଇଁ ଫୋନ‌ ଦ୍ୱାରା ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ଉଠାଇ  ନଥିବାରୁ ମତାମତ ନେବାର ସମ୍ଭବପର ହୋଇନଥିଲା.ଏଥିପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଏହି ବିଷୟରେ ଉଚ୍ଚିତ ତଦନ୍ତକରି ଦୋ‌ଶି ବିରୁଦ୍ଧରେ ଉଚ୍ଚିତ ପଦକ୍ଷେପ ନେବାସହ ସ୍ଥାୟୀ ମେଡ଼ିକାଲ ଅଫିସର ନିଯୁକ୍ତି ଦେବାକୁ ଦାବି ହେଉଛି.  ବିନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରାପ୍ରପ୍ତ ମେଡ଼ିକାଲ ଅଫିସର ଡ଼ା ସନ୍ତୋଷ ବିଭାରଙ୍କୁ ପଚରାଯିବାରୁ ତଦାରଖ କରି ଉଚ୍ଚିତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି.  

Recent Comments

Leave Comments

Top