ବିଷମ କଟକ/ରାୟଗଡା/୨୪/୩/୨୩/(ଆଧାର ନ୍ୟୁଜ)
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟୁରାଗଡ ପଞ୍ଚାୟତ ଅଧୀନରେ ଥିବା ରମଣକୁପୁଲି ବିଦ୍ୟାଳୟ ପରିସରରେ ଯକ୍ଷ୍ମା ରୋଗ ବିଷୟ ଉପରେ ଆଲୋଚନା କରାଯାଇ ଥିଲା। ଏହି ରୋଗର ନିରାକରଣ ପାଇଁ କି ପ୍ରକାର ପଦକ୍ଷେପ ସରକାରଙ୍କ ତରଫରୁ ନିଆଯାଉଛି କଣ ସୁବିଧା ଯୋଗାଇ ଦିୟାଯିବା ଉପରେ କୁଟ୍ରାଗଡ ଏ ଏନ ଏମ ଶ୍ରୀମତୀ ବ୍ରୋଜସରି ଖାଦଙ୍ଗା ବୁଝାଇ କହିଥିଲେ। ମାସିକ ୫୦୦ଟଙ୍କା ସହ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ବ୍ୟବହାର କରି ସେହି ରୋଗକୁ ନିବାରଣ କରି ପାରିବେ ବୋଲି ବୁଝାଇ କହିଥିଲେ। ଏହି କାର୍ଯ୍ୟ କ୍ରମରେ ସମସ୍ତ ଆସାକର୍ମୀ, ନମିତା ପିଡିକାକା ,ଦେଇ କିଲାକା,ପ୍ରଣିତା ପାତ୍ର, ଭଗବତୀ ପିଡିକାକା , ଶ୍ରୀ ଦୀପକପଟ୍ଟନାୟକ,cho ବିଷମ କଟକ ସୁଶ୍ରୀ ଆରଚନା କୁମାରୀ ରଣା, ମନ୍ନମଥ ରାଉତ, ଅନିତା ପିଡି କାକା. ଚମ୍ପାବତି ନାୟକ, ନରୋତ୍ତମ ପାଢ଼ୀ, କୁନି ପିଡିକାକା, ଜାନକୀ ପିଡିକାକା, କୁନ୍ତୀ ବିଭାର, ପୂଷପ ଲତା ବିଭାର ପ୍ରସବତି ମହିଳା ଓ ମା ମନେ ଉପସ୍ଥିତ ରହି ଥିଲେ। କୁଟ୍ରା ଗଡ଼ ଜିପିରେ ଏକ ଭିନ୍ନ ଜଖମ୍ମା ରୋଗୀକୁ ପୁତ୍ର ରୁପେ ଗ୍ରହଣ କରି ଶ୍ରୀମତୀ ବ୍ରୋଜାସରି ଖଡାଣଙ୍ଗ ଡେରେଡେକା ଗ୍ରାମର ହଗୁରୁ ତୁଇକାକାକୁ ମାସିକ ଖାଦ୍ୟ ଓ ଯାବତୀୟ ଜିନିଷ ପତ୍ର ଏବଂ ଦୀପକ ପଟନାୟକ ମାଳି ଡେପା ଗୁଡା ଗ୍ରାମର ନରେନ୍ଦ୍ର କନ୍ଧ ପାଣିକୁ ମାସିକ ଖାଦ୍ୟ ଔଷଧ ପ୍ରଦାନ କରିଥିଲେ।
Recent Comments