ବୌଦ୍ଧ/୨୩ /୦୩ /୨୦୨୩/(ଆଧାର ଓଡିଶା)-ରିପୋର୍ଟ- ଧବଳେଶ୍ଵର ମହାପାତ୍ର
ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ । ଜିଲ୍ଲାପାଳ ଶ୍ରୀଯୁକ୍ତସାହୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ସହ ମୁଖ୍ୟ ଚିକିତ୍ସାଳୟରେ ପହଁଚି ରୋଗୀମାନଙ୍କ ସହ ଆଲୋଚନା କରି ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ । ଚିକିତ୍ସାଳୟ ମଧ୍ୟରେ ପରିବେଶକୁ ପରିଷ୍କାର ପରିଛନ୍ନତା ପ୍ରତି ଧ୍ୟାନ ଦେବାକୁ ଏବଂ ୱାର୍ଡ ଗୁଡିକରେ ସ୍ୱଚ୍ଛତା ରଖାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହାର କେନ୍ଦ୍ର ଦ୍ୱାରା ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିଜେ ଖାଇବା ସହ ଖାଦ୍ୟର ମାନନେଇ ଅସନ୍ତୋଷ ପ୍ରକାଶ କରି ଆଗାମୀ ଦୁଇଦିନ ମଧ୍ୟରେ ଖାଦ୍ୟର ମାନ ପରିବର୍ତ୍ତନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ରୋଗୀମାନଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ସେବା ,ଔଷଧ ମିଳିବା, ଖାଦ୍ୟ, ଅନ୍ୟାନ୍ୟ ସେବା ସଂପର୍କରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ତହସିଲଦାର ଦେବୀ ପ୍ରସାଦ ଦାସ ,ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ.ଜୟକୃଷ୍ଣ ମିଶ୍ରଙ୍କ ସମତେ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Recent Comments