logo
add image
ଏସ. ସି. ଏ କ୍ଲବ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଏସ. ସି. ଏ କ୍ଲବ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର/୧୯/୦୩/୨୩/ (ଆଧାର ନ୍ୟୁଜ)-ରିପୋର୍ଟ-ଶରତ କୁମାର ମହାକୁର
ବଲାଙ୍ଗିର ସାଗର ପଡ଼ା ଏସ. ସି. ଏ କ୍ଲବ ଏବଂ ମହାନଦୀ ନେତ୍ର ଚିକିତ୍ସଳୟ, ପାଣ୍ଡପାଲି ଓ ବୀରମହାରାଜପୁର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଚକ୍ଷୁ  ଶିବିରରେ ୨୫୦ରୁ ଅଧିକ ସଂଖ୍ୟାକ ଲୋକ ଯୋଗଦେଇ ଥିଲେ l ଏନେଇ ମହାନଦୀ ନେତ୍ର ଚିକିତ୍ସାଳୟର ଅଭିଜ୍ଞ ଡ଼କ୍ଟର. ମାଧୁରୀ ଭି. ଥଲାମ, ଡ଼କ୍ଟର. ସୋରଜ କୁମାର ସିଂହ,ଚକ୍ଷୁ ବିଶେଷଜ୍ଞ ରଘୁନାଥ ମହାରଣା,ଡ଼କ୍ଟର. ମୋନାଲିସା ସାହୁ, କ୍ୟାମ୍ପ ଅର୍ଗାନାଇଜର ଧର୍ମରାଜ ନାଏକ, ସହଯୋଗୀ ପିଙ୍କି ବାଗ, ଜୟନ୍ତ କାଣ୍ଡ ଯୋଗଦେଇ ଚକ୍ଷୁ ପରୀକ୍ଷା କରିଥିଲେ l ସେଥି ମଧ୍ୟରୁ ୩୧ଜଣ ପୁରୁଷ ଏବଂ ମହିଳାଙ୍କୁ ଆଜି ବୀରମହାରାଜ ପୁର ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟକୁ ମାଗଣାରେ ଅସ୍ତ୍ରୋପଚାର ପାଇଁ ନିଆଯାଇଛି l ଏନେଇ ଆଜି ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏହି ଶିବିରକୁ ଉଦଘାଟନ କରିଥିଲେ ଏହି ଶିବିରରେ ସାଗର ପଡ଼ା କ୍ଲବ ର ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ସଭାପରିଚାଳନା କରିଥିଲେ ଏବଂ ସଭାପତି କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, କୋଷାଧକ୍ଷ ଗୌରାଙ୍ଗ ବଗର୍ତି, ଉପ ସଭାପତି ଆନନ୍ଦ ମିଶ୍ର, ସହ ସମ୍ପାଦକ ସଞ୍ଜୟ ଚନ୍ଦନ, ସଦ୍ୟସ ଗୋପାଳ ଦାସ, ଟୁଁଚୁ ମଳିକ, ସତ୍ୟବାନ ପଣ୍ଡା, ଟିକୁ ଆଚାର୍ଯ୍ୟ, ଟୁକୁ ଖୁଆସ, ପିଙ୍କୁ ଖୁଆସ, ତ୍ରିବିକ୍ରମ ଦାସ, ଆଭାସ ପଣ୍ଡା, ଶିବଶଙ୍କର ଖୁଆସ, ରିଙ୍କୁ ଖୁଆସ, ମନ ପଣ୍ଡା,ଏବଂ ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ।  

Recent Comments

Leave Comments

Top