logo
add image
ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡିଥିବା ଡ଼ାକ୍ତର ପଦବୀ ପୂରଣ ଦାବୀ ।

ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡିଥିବା ଡ଼ାକ୍ତର ପଦବୀ ପୂରଣ ଦାବୀ ।

                                                                                                   ଗୁଣପୁର/୧୮ /୩ /୨୩/(ଆଧାର ନ୍ୟୁଜ)
ଆଜି ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ରେ ଡ଼ାକ୍ତର ସମସ୍ୟାର ସମାଧାନ ନେଇ ଗୁଣପୁର ଉପଖଣ୍ଡ ବିକାଶ ପରିଷଦ ଗୁଣପୁର ଜନସାଧରଣ ତରଫରୁ ଗୁଣପୁର ପୁରୁଣା ବସ୍ ଷ୍ଟାଣ୍ଡ ଗାନ୍ଧୀ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ସେଠାରୁ ଏକ ପଦଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚି  ଡ଼ାକ୍ତର ସମସ୍ୟାର ସମାଧାନକୁ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ମେଡିକାଲରେ ୧୯ଜଣ ଡାକ୍ତର ରହିବା ନିୟମ ଥିବାବେଳେ ମାତ୍ର ୩ ଜଣ ଡାକ୍ତର ଅଛନ୍ତି। ଫଳରେ ସ୍ୱାସ୍ଥ୍ୟ ସେବା ପାଇଁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା କି ଲୋକେ ପାରଳାଖେମୁଣ୍ଡି, ବିଶାଖାପାଟଣା କିମ୍ବା ଭୁବନେଶ୍ୱର, ବ୍ରହ୍ମପୁରକୁ ସ୍ଥାନାନ୍ତର ହେଉଥିବା ଦେଖିବାକୁ ମିଳୁଛି। ଗୁଣପୁର ସଦର ହସ୍ପିଟାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗୁଣପୁର ସହରବାସୀ ଏବଂ ଗୁଣପୁର ଉପଖଣ୍ଡ ବିକାଶ ପରିଷଦ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଧୀର କୁମାର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଗୁଣପୁର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ସୁଜାତା ପାଢ଼ୀଙ୍କୁ ବରିଷ୍ଠ ଓକିଲ ଉମା ପଟ୍ଟନାୟକ, ପ୍ରମୋଦ କୁମାର ସାହୁ, ବିଜେପି ସଭାପତି ୱାଇ ଗଣପତି, କଂଗ୍ରେସ ସଭାପତି ବିଜୟ ଗମାଙ୍ଗ, ଇନ୍ଦ୍ରାକ୍ଷୀ ଦାସ, ବିଜେପି ଯୁବ ସଭାପତି ଅମର ସାହୁ, ମୁନିଶିପଲ୍ଟି ଉପଦକ୍ଷା ଶିଵ ଗୌଡ଼, ଆବାହକ ସତ୍ୟ ସୁନ୍ଦର କର ପ୍ରମୁଖ ପ୍ରଦାନ କରିଛନ୍ତି। ଯଦି ରାଜ୍ୟ ସରକାର ଦାବି ନ ମାନନ୍ତି ତେବେ ଆଗକୁ ଯେଉଁ ପରିସ୍ଥିତି ହେବ ସେଥି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଜଣାଇଛନ୍ତି।  

Recent Comments

Leave Comments

Top