logo
add image
ଜବର ଦଖଲ ଉଚ୍ଛେଦ ପ୍ରତିବାଦରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ।

ଜବର ଦଖଲ ଉଚ୍ଛେଦ ପ୍ରତିବାଦରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ।

                                                            ବୌଦ୍ଧ/୧୭/୦୩/୨୩/(ଆଧାର ଓଡିଶା)ରିପୋର୍ଟ-ଧବଳେଶ୍ଵର ମହାପାତ୍ର 
ଜବର ଦଖଲ ଉଚ୍ଛେଦକୁ ପ୍ରତିବାଦ କରି ଜଣେ ମହିଳା ବିଷପିଇ ଆତ୍ମହତ୍ୟା ଉଦ୍ୟମ କରି ଜିଲ୍ଲାମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ଖବର ଅନୁଯାୟୀ ବୌଦ୍ଧ ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ମ।ଜିଷ୍ଟେଟ୍ ମନୋରଞ୍ଜନ ସୁନାଙ୍କ ନେତୃତ୍ୟୁରେ ଶୁକ୍ରବାର ଦିନ ବାଉଁଶୁଣି ଛକରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇ ଥିଲା । ପ୍ରଶାସନ ପ୍ରଶାନ୍ତ ତ୍ରିପାଠୀଙ୍କ ଘର ଜେଶିପି ଲଗାଇ ଭଙ୍ଗାଯିବା ଲାଗି ଆରମ୍ଭ ହେଉଥିବା ବେଳେ ପ୍ରଶାନ୍ତ ପରିବାର ଲୋକେ ପ୍ରତିବାଦ କରିବା ସହିତ କାକୁତି ବିନତୀ ହୋଇ ଘର ନ ଭାଙ୍ଗିବାକୁ ଅନୁରୋଧ କରିଥିଲେ. ହେଲେ ତାଙ୍କକଥା କୁ କେହି ଶୁଣିନଥିଲେ.ଏଥିରେ ଶ୍ରୀ ତ୍ରିପାଠୀଙ୍କ ପତ୍ନୀ କିଛି ବିଷାକ୍ତ ପଦାର୍ଥ ହାତରେ ଧରି ଯଦି ଘରଭାଙ୍ଗିବ ତେବେ ମୁଁ ବିଷପିଇ ଆତ୍ମହତ୍ୟା କରିବି ବୋଲି ଚେତାବନୀ ଦେଇଥିଲେ । ପୂର୍ବରୁ ଏହି ଉଚ୍ଛେଦ କାର୍ଯ୍ୟକୁ ପ୍ରତିବାଦ କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେଶ କରିଥିଲେ ଓ ପରେ ଜିଲାପାଳ ପାଖରେ ମଧ୍ୟ୍ୟ ସେଇ କେଶ୍  କରିଥିଲେ । ବର୍ତ୍ତମାନ ସେମାନେ ଆର୍ ଡି ସି  ଙ୍କ ଠାରେ ମଧ୍ୟ କେଶ ଫାଇଲ କରିଛନ୍ତି । ଆସନ୍ତା ୨୨.୩.୨୩ ରିଖ କେଶର   ଶୁଣାଣି ଥିଲା. ହେଲେ ପ୍ରଶାସନକୁ ସେମାନେ ପରିବାର ତରଫରୁ ଆସି ଗୁହାରି କରିଥିଲେ ଯେ ଜାଗା ନାପ କରାଯାଇ ଚିହ୍ନଟ କରାଗଲେ ଯଦି ସରକାରୀ ଜାଗା ବୋଲି ପ୍ରମାଣ ହେବ ଆମେ ନିଜେ ଭାଙ୍ଗିଦେବୁ. ହେଲେ ପ୍ରଶାସନ କୌଣସି କର୍ଣପାତ ନ କରି କୌଣସି ନାପ ନକରି ଗତକାଲି ବାଉଁଶୁଣିରେ ଘର ଭଙ୍ଗାଯିବ ବୋଲି ସୂଚନା ଦେଇଥିଲେ ଓ ଆଜି ସକାଳେ ବଳ ପୂର୍ବକ ତାଙ୍କ ଘର ଭାଙ୍ଗିଦେବା ବେଳେ ସେମାନେ ପ୍ରତିବାଦ କରିଥିଲେ ମଧ୍ୟ କେହି ଶୁଣିଲେ ନାହିଁ ଏହାକୁ ସହ୍ୟ ନ କରିପାରି ପ୍ରଶାନ୍ତ ତ୍ରିପାଠୀଙ୍କ ସ୍ତ୍ରୀ ଜାନକୀ ତ୍ରିପାଠି ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ପ୍ରଥମେ ବାଉଁଶୁଣି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଓ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି 

Recent Comments

Leave Comments

Top