କଲ୍ୟାଣସିଂହପୁର/ରାୟଗଡା/୫/୦୩,/୨୩/
କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ଶିକରପାଈ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜୁନିଅର ରେଡକ୍ରସର ପ୍ରଶିକ୍ଷଣ ଓ ତାଲିମ ଶିବିର ମାର୍ଚ୍ଚ ୨ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ସମାପନ ହୋଇଯାଇଛି I ଏହି ଶିବିରରେ ଜିଲ୍ଲାର ୧୧ଟି ବ୍ଲକର ୪୦ ଟିବିଦ୍ୟାଳୟରୁ ୧୬୫ ଜଣ ଜୁନିଅର ଓ ୪୦ ଜଣ କାଉନସିଲର ଯୋଗ ଦେଇ ଥିଲେ I ଏହି ଶିବିରର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରେଡ଼କ୍ରସର ଚେୟାରମ୍ୟାନ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା ଯୋଗ ଦେଇଥିଲେ ,ଏହାର ସମ୍ପାଦକ ଶ୍ରୀ ଶତ୍ରୁଘ୍ନ ମଲିକ ଉପସ୍ଥିତ ରହି ଦାୟିତ୍ୱ ତାଲିମ ସୁଚାରୁ ରୂପେ ନିର୍ବାହ କରିଥିଲେ I ଜିଲ୍ଲା ଶିବିରର ଦ୍ଵିତୀୟ ଦିବସରେ ରକ୍ତଦାନ ମହା ପୁଣ୍ୟର ବାର୍ତ୍ତାନେଇ ଆଗତ ଅତିଥି ମାନେ ସମୁଦାୟ ୩୬ ୟୁନିଟ ରକ୍ତଦାନ କରିଥିଲେ I ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ରାୟଗଡା ଜିଲ୍ଲା ବ୍ଲଡ଼ବ୍ୟାଙ୍କ ଅଧିକାରୀ ଶ୍ରୀ ଗୌତମ ପଟନାୟକ ସମ୍ପାଦନା କରିଥିଲେ I
ଏହି ୩ ଦିନ ବ୍ୟାପି ତାଲିମ ଶିବିରର ସମସ୍ତ ପରିଚାଳନା ଦାୟିତ୍ୱ ଜୁନିଅର ରେଡ଼କ୍ରସ ଅଫିସର ଶ୍ରୀ ମୃତ୍ୟୁଞ୍ଜୟ ସ୍ୱାଇଁ ସମ୍ପାଦନ କରିଥିଲେ I ଶ୍ରୀ ତାପସ ଦଳାଇ,ଶ୍ରୀ ଦେବଦାସ ତାମରପ(jrco ଗଜପତି),ଶ୍ରୀ ସଂଜୀବ ଦାସ (jrco ଗଜପତି) ପ୍ରମୁଖ ଏହା ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜିତ କୁମାର ଗିରି ଏହି ୩ ଦିନ ବ୍ୟାପି ଶିବିରର କାର୍ଯ୍ୟ ନିର୍ବାହୀ ସମ୍ପାଦକ ଭାବରେ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିଲେ I
ଅଗ୍ନିଶମ ବିଭାଗ,ଆରକ୍ଷୀ ବିଭାଗ ,ଜଙ୍ଗଲ ବିଭାଗ ,ମେଡିକାଲ ବିଭାଗ ର ପ୍ରମୁଖ ପଦାଧିକାରୀ ମାନେ ତଥା ୪୦ ଜଣ JRCO ଏବଂ ସାଧନ କର୍ମୀ ଶ୍ରୀ ଭେଙ୍କଟ ରମଣ ପଟନାୟକ,ପ୍ରସନ୍ନ କୁମାର ଦାସ ,ଅଶୋକ କୁମାର ବାରିକ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ I ଅନ୍ତିମ ଦିବସରେ ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନ ଲାଲ ମାଝୀ ଯୋଗ ଦେଇଥିଲେ ଓ ସମସ୍ତଙ୍କୁ ଉତ୍ସାହିତ କରିଥିଲେ I
Recent Comments