ସୁବର୍ଣ୍ଣପୁର/୨୦/୦୩/୨୦୨୩/ (ଆଧାର ନ୍ୟୁଜ)
ଅପରାହ୍ନ ୦୩.୦୦ ଘଣ୍ଟିକା ସମୟରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ଜନିତ ବିଭିନ୍ନ ସମସ୍ୟାର ସଫଳ ମୁକାବିଲା ନିମନ୍ତେ ଆଲୋଚନା କରାଯାଇଥିଲା। ଜିଲ୍ଲା ସ୍ୱାସ୍ଥ୍ୟ, ପଶୁଧନ, ପାନୀୟଜଳ, ଶ୍ରମ, ପରିବହନ ଏବଂ ଶିକ୍ଷା ଆଦି ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କର ପ୍ରସ୍ତୁତି ବିଷୟରେ ଆଲୋଚନା ହେବାପରେ ଗ୍ରୀଷ୍ମ ପ୍ରବାହର ସଫଳ ପରିଚାଳନା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ମୁଖ୍ୟତଃ ଜଳକ୍ଳିଷ୍ଟ ଅଞ୍ଚଳଗୁଡିକୁ ଚିହ୍ନଟକରି ପାନୀୟ ଜଳର ସୁବନ୍ଦୋବସ୍ତ କରିବା,ସ୍ୱାସ୍ଥ୍ୟକେନ୍ଦ୍ର ତଥା ପାନୀୟଜଳ ଯୋଗାଣ କେନ୍ଦ୍ରଗୁଡିକୁ ନିରବଚ୍ଛିନ୍ନ ବିଦ୍ୟୁତ ସରୋବରାହ ଚାଲୁରଖିବା ଏବଂ “ଶୂନ୍ୟ ମୃତ୍ୟୁ” ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ, ସି ଡି ଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର, ଶ୍ରୀମତୀ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ କୁମାର ଭୋଇ,ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ନିର୍ବାହୀ ଅଧିକାରୀ,(ସହରାଞ୍ଚଳ ),ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଆନନ୍ଦ କୁମାର ପଣ୍ଡା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ବିଶ୍ଵନାଥ ନାୟକ, କନିଷ୍ଠ ରାଜସ୍ଵ ସହାୟକ ଶ୍ରୀ ଆଲୋକ କୁମାର ଦାଶ ଓ ଡିଇଓ ଶ୍ରୀ ରିତେଶ କୁମାର ହୋତା ପ୍ରମୁଖ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ ।
Recent Comments