logo
add image
ରାତ୍ରୀକାଳୀନ ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ ଓ ଗର୍ଭବତୀ ମା

ରାତ୍ରୀକାଳୀନ ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ ଓ ଗର୍ଭବତୀ ମା

                କାଶୀପୁର/ରାୟଗଡା/୦୧/୦୩/୨୦୨୩/ (ଆଧାର ନ୍ୟୁଜ)-ରିପୋର୍ଟ-ସହଦେଵ ସାହୁ 
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ସ୍ଵାସ୍ଥ୍ୟ କେନ୍ଦ୍ରରେ ରାତ୍ରୀକାଳୀନ ସ୍ଵାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି ରୋଗୀ। ସରକାର ସ୍ଵାସ୍ଥ୍ୟସେବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଡିଙ୍ଗୁରା ମାରୁଥିବା ବେଳେ । ବାସ୍ତବ   ଦୃଶ୍ୟ ଦେଖିବାକୁ ମିଳିଛି ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ରରେ. କାରଣ ଗତକାଲି କାଲି ଦୁଇ ଦୁଇଟି ଗର୍ଭବତୀ ମହିଳା ଯନ୍ତ୍ରଣା ରେ ଛୋଟ ପଟ ହେଉଥିଲେ ରାତ୍ରୀ ୮ସମୟରେ ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ର ଆଣିଥିଲେ. କିନ୍ତୁ ସନ୍ଧ୍ୟା ୬ଟରୁ ଟିକିରି ମେଡିକାଲରେ ତାଲା ଝୁଲୁଛି । ଏହାପରେ ସେହି ଗଭବତୀ ମାଙ୍କର ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଛି. ଏହା ପରେ କାଶିପୁର ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସ ବାହାରି ଯାଇଥିଲା । ଠିକ ସେହିପରି ଆଉ ଗୋଟିଏ ଗର୍ଭବତୀ ମହିଳା ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ରକୁ ରାତ୍ରୀ ୨ଟା ସମୟରେ ଯାଇଥିଲେ କିନ୍ତୁ ସେହି ସମୟ ମଧ୍ୟ ତାଲା ଝୁଲୁଥିବା ଦେଖିବାକୁ ମିଳିଛି  । ସରକାରଙ୍କ ସେବା ହେଉଛି ୨୪ ଘଣ୍ଟିଆ ହେଲେ ଏଇଠି  ରୋଗୀ ସ୍ଵାସ୍ଥ୍ୟ ସେବା ପାଉଛନ୍ତି ମାତ୍ର ୮ ଘଣ୍ଟା. ଏଠି ପ୍ରଶ୍ନ ଉଠିଛି ଯେ ଏହିଭଳି ସ୍ଵାସ୍ଥ୍ୟକେନ୍ଦ୍ର ଚାଲୁଥିବା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ଜାଣି ମଧ୍ୟ ଚୁପ୍ ହୋଇ ରହିଛନ୍ତି କାହିଁକି । ସେହି ଭଳି ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଯେଉଁ ଡାକ୍ତର ଅଛନ୍ତି ସେ ମଧ୍ୟ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ନରହି ଅନ୍ୟ ଏକ ଯାଗାରେ ଘରଭଡ଼ା ନେଇ ରହୁଛନ୍ତି। ଯାହା ଫଳରେ ରାତ୍ରୀ କାଳୀନ ଯେଉଁ ସବୁ ରୋଗୀ ଆସନ୍ତି ଡାକ୍ତର ନଥିବା ହେତୁ ରୋଗୀଙ୍କୁ ଅନ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେବାପାଇଁ ପରିବାର ଲୋକେ ଅସୁବିଧା ଭୋଗୁଛନ୍ତି । ଏହାର ସମାଧାନ ତୁରନ୍ତ କରିବାକୁ ଜନ ସାଧାରଣ ଦାବି କରିଛନ୍ତି.  

Recent Comments

Leave Comments

Top