ବୌଦ୍ଧ/୨୮/୦୨/୨୦୨୩/ (ଆଧାର ନ୍ୟୁଜ)
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ପଞ୍ଚାୟତ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଭିନାଶ ମିଶ୍ର ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ରୂପକ ମହାପାତ୍ର, ବୌଦ୍ଧ ଜିଲ୍ଲା ରକ୍ତଦାତା ସଂଘର ସମ୍ପାଦକ ଦେବାଶିଷ ପୁରୋହିତ, ବରିଷ୍ଠ ରକ୍ତଦାତା ଜୟ ନାରାୟଣ ମହାନ୍ତି ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ବ୍ଲଡ୍ ବ୍ୟାଙ୍କ୍ ରେ ରକ୍ତ ଅଭାବ ଦେଖାଦେବାରୁ ଏହି ଶିବିର ପରିକ୍ଷା ଥିବା ସମୟରେ ମଧ୍ୟ ଆୟୋଜିତ କରାଯାଇଥିଲା l ଏହି ଶିବିରକୁ ବୌଦ୍ଧ ଜିଲ୍ଲା ଯୁବ ରେଡକ୍ରସ ସମ୍ପାଦକ ଅଧ୍ଯାପକ ଡଃ ପ୍ରବିର କୁମାର ଦାସ ପରିଚାଳନା କରିବା ସହ ନିଜେ ତାଙ୍କର ୧୦୩ ତମ ରକ୍ତଦାନ କରିଥିଲେ l ଏଥିରେ ୨୫ ଜଣ ସ୍ଵେଛାସେବୀ ରକ୍ତଦାନ କରିଥିଲେ l ସେମାନଙ୍କ ମଧ୍ୟରୁ ୧୪ ଜଣ ନୁତନ ରକ୍ତଦାତା ରକ୍ତଦାନ କରି ତାଙ୍କର ରକ୍ତ ସେବାର ଶୁଭାରମ୍ଭ କରିଥିଲେ l ବ୍ଲଡ୍ ବ୍ୟାଙ୍କ୍ ଅଧିକାରୀ, ଡାକ୍ତର ବିଜଯ କୁମାର ସାହୁ, ଟେକ୍ନିସିଆନ୍ ଦେବଦତ୍ତ କିଷାନ, ଦିଲ୍ଲୀପ କୁମାର ପ୍ରଧାନ ଇତ୍ୟାଦି ବହୁ ସହଯୋଗ କରିଥିଲେ l ପଞ୍ଚାୟତ ମହାବିଦ୍ୟାଳୟର ମହିଳା ପରାମର୍ଶଦାତା ଅଧ୍ୟାପିକା ଶ୍ଵେତl ସୁମନ ପଣ୍ଡା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ଦେବା ସହିତ ରକ୍ତଦାନ ଶିବିରକୁ ସଫଳ କରିବାରେ ସାହାଯ୍ୟ କରିଥିଲେ l
Recent Comments