logo
add image
ହରଭଙ୍ଗା ବ୍ଲକ ପ୍ରାଣୀସମ୍ପଦ ବିକାଶ ତରଫରୁ ଗୋବନ୍ଧ୍ୟା ନିରାକରଣ ଓ ପ୍ରାଣୀ ସ୍ଵାସ୍ଥ୍ୟଶିବିର ଅନୁଷ୍ଠିତ

ହରଭଙ୍ଗା ବ୍ଲକ ପ୍ରାଣୀସମ୍ପଦ ବିକାଶ ତରଫରୁ ଗୋବନ୍ଧ୍ୟା ନିରାକରଣ ଓ ପ୍ରାଣୀ ସ୍ଵାସ୍ଥ୍ୟଶିବିର ଅନୁଷ୍ଠିତ

                                                       ବୌଦ୍ଧ/୨୭/୦୨ /୨୦୨୩/ (ଆଧାର ନ୍ୟୁଜ)  
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ସାକୁଷୀଙ୍ଗା ଗ୍ରାମରେ ପ୍ରାଣୀ ସମ୍ପଦ ବିକାଶ ତରଫରୁ ଏକ ଗୋଵନ୍ଧ୍ୟା ନିରାକରଣ ଓ ଚିକିତ୍ସା ଶିବିର ଅନୁଷ୍ଠିତ  ହୋଇଯାଉଛି l ଏହି ଅବସରରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା l ଏଥିରେ ହରଭାଙ୍ଗା ଗୋଷ୍ଟି ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ବିରେନ୍ଦ୍ର କୁମାର ପୃଷ୍ଟି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରଭାସ କୁମାର ବେହେରା, ମୁଖ୍ୟ ଵକ୍ତାଭାବେ ବାଉଁଶୁଣି ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼l ପ୍ରିୟବ୍ରତ ବେହେରା ଯୋଗଦେଇ ଉପସ୍ଥିତ ଗୋଚାଷୀ ମାନଙ୍କୁ ବିଭିନ୍ନ ଗୋଗ ଓ ତାର ନିରାକରଣ ଇପରେ ସଚେତନ କରିଥିଲେ l ଏହାପରେ ଉପସ୍ଥିତ ପ୍ରାଣୀ ଚିକିତ୍ସାଳ ଡ଼ା ବେହେରା, ଧଳପୁର ଭାରପ୍ରପ୍ତ ପ୍ରାଣୀ ଧନ ନିରୀକ୍ଷକ ନିରଞ୍ଜନ ପାତ୍ର,ପୂର୍ବତନ ପ୍ରାଣୀ ଧନ ନିରୀକ୍ଷକ ନାରାୟଣ ବାରିକ ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏଥିରେ ବିଭାଗର ସହାୟକ ନିର୍ମଳ ପ୍ରଧାନ, ସଞ୍ଜୟ ସାହୁ, ଲକ୍ଷ୍ମଣ ମଲ୍ଲିକ, ନବଳିନ୍ଦୁ ମୈତ୍ରୀ, ସମାଜସେବୀ ଅମରେନ୍ଦ୍ର ମହାକୁଳ, ସୁନୀଲ ବାଘାର, ରଂଜନ ଅମାତ ଙ୍କ ସମେତ ଗୋ ପାଳନ ଚାଷୀ ସମୂହ  ଯୋଗ ଦେଇ ଥିବା ବେଳେ  ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ l ଏପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଗ୍ରାମବାସିମାନେ ସାଧୁବାଦ୍ କରିଥିଲେ l

Recent Comments

Leave Comments

Top