୧୫ଜଣ ଡ଼ାକ୍ତରଙ୍କ ମଧ୍ୟରୁ ସ୍ଥାୟି ଡ଼ାକ୍ତର୨ ଜଣରେ ଚାଲିଛି ବିନିକା ବ୍ଳକ ୪ ଟି ଡ଼ାକ୍ତର ଖାନା
ବିନିକା/୨୫/୨/୨୩/ (ଆଧାର ନ୍ୟୁଜ)
୧୮୯୭ ରୁ ସ୍ଥାପିତ ହୋଇଥିବା ବିନିକା ଡ଼ାକ୍ତର ଖାନା ଅଳ୍ପଦିନ ତଳେ ନୂତନ ଭାବରେ କାୟାକଳ୍ପ ହୋଇଥିଲା ବେଳେ ଏବେ ସମ୍ପୁର୍ଣ୍ଣ ରୋଗାଗ୍ରସ୍ଥ ଅବସ୍ଥାର ବିକଳ ଚିତ୍ରନେଇ ଜନସାଧାରଣରେ ଚର୍ଚ୍ଚା ହେଉଛି.ଆଜି ପର୍ଯ୍ୟନ୍ତ ବିନିକା ଅଞ୍ଚଳ ତଥା ,ସୋନପୁର ବ୍ଳକ ,ଉଲୁଣ୍ଡା ବ୍ଳକ ଓ ଡ଼ୁଙ୍ଗୁରିପାଲି ବ୍ଳକ ଓ ଭେଡ଼େନ ବ୍ଳକ କିଛି ପଞ୍ଚାୟତର ପ୍ରାୟ ୨ଲକ୍ଷରୁ ଉର୍ଦ୍ଧ ଜନସାଧାଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଆସୁଅଛି. କିନ୍ତୁ ପରିତାପର ବିଷୟ ଲକ୍ଷାଧିକ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ନିର୍ଭରସ୍ଥଳି ବିନିକା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ସରକାର ଓ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି କ୍ଷମତା ସମ୍ପନ୍ନ ହୋଇପାରୁ ନାହିଁ.ଫଳରେ ଅଞ୍ଚଳବାସୀଙ୍କ ତିବ୍ର ଅସନ୍ତୋଷର କାରଣ ପାଲଟିଛି. ବିନିକା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ମହାଦେବପାଲି ଏରିଆ ଡ଼ାକ୍ତର ଖାନା, ଶଙ୍କରା ଓ ବାଙ୍କିଘିର୍ଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି. ବିନିକା ଡ଼ାକ୍ତରଖାନା ଗୁଡ଼ିକର ମିସି ବିଶେଷଜ୍ଞ ଓ ଡ଼ାକ୍ତର ପଦବି ସରକାରି ହିସାବରେ ୧୫ ଜଣ ରହିବାରନିୟମ ଥିଲାବେଲେ ୩ ଜଣ ଡ଼ାକ୍ତରଙ୍କ ଭରସାରେ ଚାଲିଛି ୪ଟି ଡ଼ାକ୍ତର ଖାନା.ଏତିରୁ ସ୍ପଷ୍ଠ ବାରି ହେଉଛି ବିନିକା ଅଞ୍ଚଳର ସ୍ୱାସ୍ଥ୍ୟ ଅବସ୍ଥାର ବିକଳ ଚିତ୍ର. ବିନିକା ଡ଼ାକ୍ତରଖାନା ୧୮୯୭ ରୁ ସ୍ଥାପିତ ହୋଇଥିବା ଓ ଦିର୍ଘ ଦୁଇ ଶତାବ୍ଧିରୁ ଉର୍ଦ୍ଧ ହେବ ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନିତ କରାଯାଇ ୧୬ ସଜ୍ୟା ବିଷିଷ୍ଟରୁ ୬୦ ସଜ୍ୟା ବିଷିଷ୍ଠ ଡ଼ାକ୍ତର ଖାନାରେ ପରିଣତ କରିବାରେ ଅଞ୍ଚଳ ବାସି ବାରମ୍ବାର ଦାବି ଜଣାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତା ପୁରଣ ହୋଇ ପରୁନାହିଁ . ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିର୍ଘ ୨୦ ବର୍ଷ ହେବ ସ୍ଥାଇ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରି ନିଯୁକ୍ତ ପାଇପାରି ନାହିଁ. କିଛିବର୍ଷ ପାଇଁ ସ୍ୱାସ୍ଥ୍ୟ ଅଧିକରି ନିଜୁକ୍ତି ହୋଇଥିଲେ ମଧ୍ୟ କମ ସମୟ ମଧ୍ୟରେ ଅନ୍ୟତ୍ର ବଦଲି ହୋଇଥିବା ନଜିର ରହିଛି.ଡ଼ାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ କଥା ନକେହିଲେ ଭଲ. ସରକାରଙ୍କ ନିୟମ ଅନୁଶାରେ ବିନିକା ଡ଼ାକ୍ତର ଖାନା ୧୨ ଜଣ ଡ଼ାକ୍ତର ଓ ଜଣେ ମେଡ଼ିକାଲ ଅଫିସରଙ୍କ ଜାଗାରେ ଜଣେ ମାତ୍ର ସ୍ଥାୟିଡ଼ାକ୍ତରରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର. ଏଠାରେ ଜଣେ ମାତ୍ର ସ୍ଥାଇ ସ୍ତ୍ରୀ ଓ ପ୍ରଶୁତି ବିଶେଷଜ୍ଞ ନିଯୁକ୍ତି ପାଇ ଉଭୟ ସ୍ତ୍ରୀ ଓ ପ୍ରଶୁତି ବିଶେଷଜ୍ଞ ବିଭାଗ ତଥା ପ୍ରଶାସନିକ ବିଭାଗର କାମ ତୁଲାଉଥିଲାବେଲେ ଅନ୍ୟ ୪ଟି ବିଭାଗ ଯଥା ଶିଶୁ ରୋଗ,ମେଡ଼ିଶିନ, ସର୍ଜରି ଓ ଦନ୍ତ ବିଷେସଜ୍ଞ ପଦବି ଖାଲି ପଡ଼ିଛି. ବିଭିନ୍ନ ଡ଼ାକ୍ତରି ପରିକ୍ଷା ଯଥା- ଏସ୍କରେ ,ଅଟ୍ରୋସାଉଣ୍ଡ ,ତଥା ଅନ୍ୟନ୍ୟ ଜରୁରି ପରିକ୍ଷାର ସୁବିଧା ଆଦୈ ଉପଲବଦ୍ଧି ହୋଇପାରି ନାହିଁ. ଡ଼ାକ୍ତର ତଥା ଅନ୍ୟନ୍ୟ କର୍ମଚାରୀ ବୃନ୍ଦଙ୍କ ପାଇଁ ସରକାରୀ ବାସ ନଥିବାରୁ କର୍ମଚାରୀ ମାନେ ଉଚ୍ଚିତ ସ୍ୱାସ୍ଥ୍ୟ ଯୋଗାଇ ପାରୁ ନାହାନ୍ତି. ରୋଗି ମାନଙ୍କର ସହଯୋଗି ମାନଙ୍କ ପାଇଁ ତଥା ଜନ ସାଧାରଣ ପାଇଁ ଡ଼ାକ୍ତର ଖାନା ପରିସରରେ ସୈାଚାଳୟ ନିମାଣ ହୋଇପାରୁ ନାହିଁ. ବିନିକା ଡ଼ାକ୍ତର ଖାନାରେ ଅର୍ଦ୍ଦାଧିକ କର୍ମଚାରୀ ପଦବି ଖାଲି ପଡ଼ିଥିଲା ବେଳେ ତାହା କିପରି ପ୍ରଶାସନର ଦୃଷ୍ଟି ଗୋଚର ହୋଇ ପାରୁନାହିଁ. ଏଥିପାଇଁ ଜନ ଅସନ୍ତୋଷ ସୃଷ୍ଟି ହେଉଛି. ଡ଼ାକ୍ତର ଖାନାରେ ୨୪ ଘଣ୍ଟିଆ ଔଷଧ ବଣ୍ଟନ ସୁବିଧା ଉପଲବ୍ଧ ହୋଇ ନଥିବାରୁ ରାତ୍ର ସମୟରେ ରୋଗି ଔଷଧ ନପାଇ ମୃତ୍ୟୁ ମୁଖରେ ପଡ଼ୁଥିବା ଅଭିଯୋଗ ହେଉଛି . ବିଶେଷ କରି ଏହି ଡାକ୍ତରଖାନା ସୁବର୍ଣ୍ଣପୁର –ଡ଼ୁଙ୍ଗୁରିପାଲି, ଏମଡ଼ିଆ ୩୯ ରାସ୍ତା ପାର୍ଶ୍ୱରେ ଥିବାରୁ ଏଠାକୁ ଅଧିକ ଦୁର୍ଘଟଣାଗ୍ରସ୍ତ ଓ ଅନ୍ୟାନ୍ୟ ରୋଗୀ ଆସିଥାନ୍ତି. କିନ୍ତୁ ଡ଼ାକ୍ତର ଅଭାରୁ ଚିକିତ୍ସା ନପାଇ ଅନ୍ୟତ୍ର ରେଫର ହୋଇଥାନ୍ତି . ଏହି ଡ଼ାକ୍ତର ଡ଼ୁଙ୍ଗୁରିପାଲି ଓ ବିନିକାବ୍ଳକ ପାଇଁ ବିନିକାରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ଥିଲେମଧ୍ୟ ଡ଼ାକ୍ତର ତଥା ଆନୁଶାଙ୍ଗିକ ଗୃହ ଅଭାବ ରହୁଥିବାରୁ ଶବ ବ୍ୟବଛେଦ କରିବାକୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି. ଏହାସହ ମୃତଦେହ ରଖାଯିବା ପାଇଁ ମରଚୁରି ହାଉସ ନଥିବାରୁ ମୃତଦେହ ରଖିବାକୁ ଅନେକ ଅସୁବିଧା ହେଉଛି. ବିନିକା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ପାଇଥିଲାବେଳେ ବିନିକା ଡ଼ାକ୍ତର ଖାନାରୁ ଅନେକ କର୍ମଚାରୀ ମାନଙ୍କୁ ପ୍ରଶାସନ ଅନ୍ୟତ୍ର ଡ଼େପୁଟେସନ କରିଛନ୍ତି. ବିନିକା ଡ଼ାକ୍ତର ଖାନାରେ ସ୍ଥାଇ ଅଧିକାରୀ ପଦବୀ ପୁରଣ ହେଉନଥିବାରୁ ପିଏଚଇଓ ଓ ବିପିଏମଙ୍କ ତତ୍ୱାବଧାନରେ ହେଉଥିବା ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ଠିକ ହିସାବରେ ରୁପାୟନ ନହୋଇ ଅର୍ଥ ବାଟମାରଣା ହେଉଥିବା ଜନସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି. ବିନିକା ସୁବର୍ଣ୍ଣପୁର ଜିଲ୍ଲାର ଏକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ତଳି ହୋଇଥିବାରୁ ପ୍ରତିଦିନ ଏଠାକୁ ଅଖପାଖ ଅଚଂଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ଏପରି ସ୍ତଳେ ସ୍ୱାସ୍ଥ୍ୟଭଳି ଗୁରୁତ୍ୱ ପୁର୍ଣ୍ଣ ବିଭାଗ ପ୍ରଶାସନିକ ଅବହେଳା ତଥା ରାଜନୈତିକ ଉଦାସିନତା ହେତୁ ଅପରିପକ୍ୱ ସ୍ତିତିରେ ରହିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ମୋ ସରକାର କାର୍ଯ୍ୟମରେ ଏହାକୁ ଶିଘ୍ର ସବଡ଼ିଭିଜୋନାଲ ସ୍ୱାସ୍ତ୍ୟକେନ୍ଦ୍ରର ମାନ୍ୟତା ଦେବାସହ ଅନ୍ୟନ୍ୟ ଅନୁସଂଗିକ ଓ ବିଭିନ୍ନ ପଦବି ଶିଘ୍ର ପୁରଣ କରିବାକୁ ବୃଦ୍ଧିଜିବି ମହଲରେ ଦାବି ହେଉଛି ।
Recent Comments