logo
add image
 ଅଭିଜିତ ସୃତିକମିଟି ପକ୍ଷରୁ ୨୭ଜଣ ମହିଳାଙ୍କୁ ମାଗଣା ସେବା.

ଅଭିଜିତ ସୃତିକମିଟି ପକ୍ଷରୁ ୨୭ଜଣ ମହିଳାଙ୍କୁ ମାଗଣା ସେବା.

                                                      ବିନିକା/୨୮/୦୨/୨୩/(ଆଧାର ନ୍ୟୁଜ)
ଆଜି ୧୧ ଘଣ୍ଟା ସମୟରେ ବିନିକା ସହର ବସଷ୍ଟାନ ସମ୍ମୁଖ ଲକ୍ଷ୍ମୀ ମେଡ଼ିକାଲ୍ସ ପରିସରରେ ରାଜ୍ୟ ସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ସଭାପତି ପ୍ରୀୟରଞ୍ଜନ ହୋତାଙ୍କ ତତ୍ୱାବଧାନରେ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ୨୭ଜଣ ମହିଳା ଚିକିତ୍ସିତ ହୋଇଛନ୍ତି । ମାଗଣାରେ ସେବା ପାଇଥିବାରୁ ରୋଗିମାନେ ଖୁସି ଅନୁଭବ କରିଥିଲେ । ଯୁବ ଅଭିନେତା ,କଳାକ‌ାର ,ସଂଙ୍ଗୀତଜ୍ଞ ,ବାଦ୍ୟକାର ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ଅଭିନେତା ଅଭିଜିତ ପୂଜାହାରୀଙ୍କ ଫଟୋଚୀତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ନାରିକେଲ ବାଡ଼େଇ ଆତ୍ମାର ସଦଗତି ପାଇଁ ରାଜ୍ୟ ସ୍ତରିୟ ଅଭିଜିତ ପୂଜାହାରି ଟ୍ରଷ୍ଟ କର୍ମକର୍ତ୍ତା ,ଚିକିତ୍ସା ପାଇବାକୁ ଆସିଥିବା ମହିଳା ଓ ତାଙ୍କ ସହଯୋଗି ମିନେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ. ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସୃତି କମିଟି, ବିନିକା ଅନୁରୋଧ ରକ୍ଷାକରି ବିନିକା ମାଟିର ସୁଯୋଗ୍ୟ ସନ୍ତାନ ପ୍ରସିଦ୍ଧ  ଭିମସର ବୁଲ୍ଲା ସ୍ତ୍ରୀ ଓ ପ୍ରଶୃତି  ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ବିନା ମୂଲ୍ୟରେ ମହିଳା ମାନଙ୍କୁ ସ୍ୟାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି.ଏହା ପ୍ରତ୍ୟକ ମାସ ଚତୁର୍ଥ  ଶନିବାର ଦିନ ୧୧ ଘଣ୍ଟା ସମୟରୁ  ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ପ୍ରଫେସର ଡ଼ା ପାଣ୍ଡେ ଉପସ୍ତିତ ରହି ମହିଳା ମାନଙ୍କୁ ସେବା ଯୋଗାଇଛନ୍ତି. ଡ଼ାକ୍ତର ପାଣ୍ଡେ ବିନିକାଠାରୁ ଚିକିତ୍ସାସାରି ନିଜ ଜନ୍ମମାଟି ବିନିକା ବ୍ଳକ  ମହାଦେବପାଲି ପଞ୍ଚାୟତ ସଂସାମୁରା ଗ୍ରାମକୁ ପହଞ୍ଚି ସେଠାରେ ପୁଣି ମହିଳା ମାନଙ୍କୁ ମାଗଣା ସେବା ଯୋଗାଇ ଦେଇଥିଲୋଆଗକୁ ଏହିପରି ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ଆସି ସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରଫେସର ଡ଼ା ପାଣ୍ଡେ ପ୍ରକାଶ କରିଥିଲେ ।
ବିନିକା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ବହୁତ ନ୍ୟରାସ୍ୟ ଜନକ ଥିବାରୁ ବିନିକା ଅଞ୍ଚଳରେ ମାଗଣା‌ରେ ରୋଗି ସ୍ୱାସ୍ଥ୍ୟ  ସେବା ପାଇ ଥିବାରୁ ଅଞ୍ଚଳରେ ଖୁସିର ଲହରି ଖେଲିବା ସହତ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା‌ କରିଥିଲେ. ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସୃତି କମିଟି ସଭାପତି ପ୍ରିୟରଞ୍ଜନ ହୋତା,ଉପ ସଭାପତି ସମ୍ବିତ ନେପାକ ,କୋଷାଧକ୍ଷ ଅର୍ଚ୍ଚନା ପୂଜାହାରୀ ,ଉପଦେଷ୍ଟା ପ୍ରମୋଦ କୁମାର ପଣ୍ଡା, ସୋମିତ୍ରୀ ପତୀ, ଗଜେନ୍ଦ୍ର ମିଶ୍ର, ଅଶୋକ ପାଣ୍ଡେ, ପ୍ରଦିପ କୁମାର ପଧାନ,ସୁରଜ ସରାପ, କ୍ଷିରସିନ୍ଦୁ କ୍ଷେତି , ଦେବରାଜ ରାହୁ, ଅନୁପମା ସାହୁ, ଅମିତ ସେଠୀ, ମୁନୁ ଯୁଆଡ଼ି, ଭୁବନେଶ୍ବର ସାହୁ, ଅଲେଖ ଖୁଟାଲ ,ସମ୍ଵାଦ ପ୍ରତିନିଧି ଅକ୍ଷୟ କୁମାର ପୂଜିହାରୀ ସମେତ ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ସଦସ୍ୟ ସଦସ୍ୟା ତଥା ବିନିକା ଅଞ୍ଚଳର ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ତିତ ରହି ସହଯୋଗ କରିଥିଲେ।  

Recent Comments

Leave Comments

Top