logo
add image
 ଜିଲ୍ଲାସ୍ତରୀୟ ଆଶା,ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଆଶା,ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

                                                         ରାୟଗଡା/୨୪/୦୨/୨୩/(ଆଧାର ନ୍ୟୁଜ)
ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଆଶା,ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଆୟୋଜନ ହୋଇଛି  । ଏହି ଅବସରରେ ଜିଲ୍ଲାପାଳ ଶୁଶ୍ରୀ ସ୍ୱଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଆଦିବାସୀ ବିକାଶ ଅଧିକାରୀ ଡା ଦିଲ୍ଲିପ କୁମାର ବେହେରା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ଜାଜ୍ଞସେନୀ ବେହେରା ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରାୟ,ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଶ୍ରୀ ରଏ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡା ବିଏଲଏନ ପୃଷ୍ଟି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡା ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା ମମତା ଚୌଧୁରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଜେ ରାଜେଶ ରାଓ ପଟ୍ଟନାୟକ ଉପସ୍ଥିତ ଥିଲେ । ଆଶା ସଂଯୋଜିକା ଶ୍ରୀମତି ରାଜଲକ୍ଷ୍ମୀ ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।
ଅପହଞ୍ଚ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଆଶାମାନଙ୍କ ଭୂମିକା ବେଶ୍ ଗୁୁରୁତ୍ୱପୂର୍ଣ୍ଣ  । ଗୋଷ୍ଠୀ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ସୁସମନ୍ୱୟ ରକ୍ଷାକରି ଉପଲବ୍ଧ ସ୍ୱାସ୍ଥ୍ୟ ସେବାର ପୂର୍ଣ୍ଣ ବିନିଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବାରେ ଆଶାଙ୍କର ନିରନ୍ତର ପ୍ରୟାସ ଅନସ୍ୱୀକାର୍ଯ୍ୟ ।ଜନସାଧାରଣଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ସ୍ୱାସ୍ଥ୍ୟ ସୁଚକାଙ୍କରେ ଉନ୍ନତି ଆଣିବା ଦିଗରେ ସେମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ  । 
ଗୋଷ୍ଠୀର ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆଶାକର୍ମୀଙ୍କ ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ ପୂର୍ବକ ଏହି କାର୍ଯ୍ୟକ୍ରମ ଅବସରରେ ରାୟଗଡ ଜିଲ୍ଲାର୧୧ଟି ବ୍ଲକ ଏବଂ ଦୁଇଟି ପୌର ପରିଷଦର ମୋଟ ୩୬ ଜଣ ଆଶାକର୍ମୀଙ୍କୁ ଶ୍ରେଷ୍ଠ ଆଶା ଭାବେ ମାନପତ୍ର ପ୍ରଦାନ କରାଯିବା ସହିତ ପୁରସ୍କୃତ କରାଯାଇଥିଲା  । ସେହିପରି ଭାବେ ୧୪ଟି ମହିଳା ଆରୋଗ୍ୟ ସମିତି ଏବଂ ୧୧ ଟି ଗ୍ରାମ କଲ୍ୟାଣ ସମିତିକୁ ମଧ୍ୟ ପୁରସ୍କୃତ ହୋଇଥିଲେ  ।
ପରିବାର ନିୟୋଜନ (ପୁରୁଷ ବନ୍ଧ୍ୟାକରଣ) କ୍ଷେତ୍ରରେ ୨୦୨୧-୨୨ ମସିହା ପାଇଁ ରାୟଗଡ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ପାଇ ପୁରସ୍କୃତ ହୋଇଥିବା ବେଳେ ଡା ଶ୍ରବଣ କୁମାର ସାହୁକାର ସମଗ୍ର ରାଜ୍ୟରେ ସର୍ବାଧିକ ପୁରୁଷ ବନ୍ଧ୍ୟାକରଣ  ଅସ୍ତ୍ରୋପଚାର କରି ପୁରସ୍କୃତ ହୋଇଥିଲେ,୨ଜଣ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ, ୩ ଜଣ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ) ଏବଂ ୩ ଜଣ ଆଶାକର୍ମୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ୨୦୨୨ ମସିହାରେ ସର୍ବାଧିକ ପରିବାର ନିୟୋଜନ (ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର) କରିଥିବାରୁ ଡା ପ୍ରଫୂଲ କୁମାର ପାଢୀ ଏବଂ ୨୦୨୨ ମସିହାରେ ସର୍ବାଧିକ ଅଲଟ୍ରାସୋନୋଗ୍ରାଫି କ୍ଷେତ୍ରରେ ଡା ରତିକାନ୍ତ ସାହୁଙ୍କୁ ସ୍ୱତନ୍ତ୍ର ଭାବେ ପରୁସ୍କୃତ ହୋଇଥିଲେ  । ଏହି କାର୍ଯ୍ୟକ୍ରମରେ ବହୁ ଆଶାକର୍ମୀଙ୍କ ସମେତ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତା ଏବଂ ଜିଲ୍ଲାସ୍ୱାସ୍ଥ୍ୟ ସମିତିର କର୍ମଚାରୀଗଣ ଉପସ୍ଥିତ ରହିବେ  ।

Recent Comments

Leave Comments

Top