ବୌଦ୍ଧ/୨୨/୦୨/୨୦୨୩/ (ଆଧାର ନ୍ୟୁଜ) ରିପୋର୍ଟ-ଧବଳେଶ୍ଵର ମହାପାତ୍ର
ଜଟିଳ ରୋଗରେ ପିଡିତ ହୋଇ ବୌଦ୍ଧଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ୫ ଜଣ ଶିଶୁଙ୍କୁ ଉନ୍ନତ ମାନର ଚିକିତ୍ସା ପାଇଁ ଜିଲାପ୍ରଶାସନ ପକ୍ଷରୁ ବାହାରକୁ ପଠାଯାଇଛି । ବିଭିନ୍ନ ଅଭିଯୋଗ ଶୁଣାଣି ଶିବିରରେ ଏହି ଶିଶୁମାନେ ପିଡିତ ଥିବା ଦୃଷ୍ଟିକୁ ଆସିବାପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିଶୁମାନଙ୍କୁ ତତ୍କାଳ ଚିକିତ୍ସାସେବା ଯୋଗାଇ ଦିଆଯାଇଛି । ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ୪ ଜଣ ଶିଶୁକୁ କଟକ ଶିଶୁଭବନକୁ ପଠାଯାଇଥିବାବେଳେ ଜଣଙ୍କୁ ଭୁବନେଶ୍ୱର ଏମସ ଚିକିତ୍ସାଳୟକୁ ପଠାଯାଇଛି । ଜିଲ୍ଳାର କଣ୍ଟାମାଳ ବ୍ଲକ୍ ର ତିନି ଜଣ ଶିଶୁ ହୋଇଥିବା ବେଳେ ଜିଲ୍ଲାର ହରଭଙ୍ଗ। ବ୍ଲକ୍ ର ଦୁଇଜଣ ଶିଶୁ ଅଛନ୍ତି । ନିଜେ ବ୍ୟକ୍ତିଗତ ଭାବରେ ଜିଲାପାଳ ଆଜି ପ୍ରତ୍ୟୁଷରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ପହଞ୍ଚି ଉକ୍ତ ଶିଶୁମାନଙ୍କୁ ପଠାଇବାର ବ୍ୟବସ୍ଥା କରାଇଥିଲେ । ଜିଲା ରେଡକ୍ରସ ପାଣ୍ଠିରୁ ସହାୟତା ଅର୍ଥ ରାଶି ଯୋଗାଇ ଦୁଇଗୋଟି ଆମ୍ବୁଲାନ୍ସ ଯୋଗେ ଏହି ଶିଶୁମାନଙ୍କୁ ପଠାଯାଇଥିବା ଜଣାଯାଇଛି । ବୌଦ୍ଧଜିଲାରେ ପ୍ରଥମଥର ପାଇଁ ଜିଲାପ୍ରଶାସନ ପକ୍ଷରୁ ୫ଜଣ ଶିଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି.ଜିଲାରେ ଅନ୍ୟ ଯେଉଁ ଶିଶୁମାନେ ଏହିପରି ଜଟିଳ ରୋଗରେ ପିଡିତ ଥିବେ ସେମାନଙ୍କୁ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ଶ୍ରୀସାହୁ ପ୍ରକାଶ କରିଛନ୍ତି ।
Recent Comments