ନୂଆପଡା/ଖଡ଼ିଆଳ/୧୮/୦୨/୨୦୨୩/(ଆଧାର ନ୍ୟୁଜ) ରିପୋର୍ଟ-ସୁଜିତ କୁମାର ପ୍ରଧାନ.
ଜିଲ୍ଲା ଖଡ଼ିଆଳ ସହର ଓ ଗ୍ରାମ୍ୟଞ୍ଚଳ ପାଇଁ ନୂତନ ଭାବେ ଗତ ୨୦୨୦ ମସିହାରେ ଭୁତପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ଵାରା ଆଠକୋଟି ଟଙ୍କା ବିନିମୟରେ ଚନାବେଡା ଗ୍ରାମଠାରେ ମାଁ ଓ ଶିଶୁ ଯତ୍ନକେନ୍ଦ୍ର ଉଦଘାଟିତ ହୋଇଥିଲା । ଯାହାଫଳରେ ଖଡ଼ିଆଳ ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚନାବେଡାକୁ ସ୍ଥାନାନ୍ତର କରା ଯାଇଥିଲା । ଚନାବେଡା ଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଖଡ଼ିଆଳ ସହରଠାରୁ ପାଖା ପାଖି ତିନି କିଲୋମିଟର ବ୍ୟବଧାନରେ ଥିବାରୁ ଖଡ଼ିଆଳ ସହର ବାସୀଙ୍କୁ ଜରୁରୀ କାଳୀନ ଚିକିତ୍ସା ପାଇଁ ତିନି କିଲୋମିଟର ଚନାବେଡାକୁ ଯାଇ ଚିକିତ୍ସା ହେବାକୁ ପଡୁଥିଲା । ଯାହା ଫଳରେ ଖଡ଼ିଆଳ ସହରରେ ଥିବା ପୁରୁଣା ସ୍ୱସ୍ଥ୍ୟ କେନ୍ଦ୍ର ରେ ଖଡ଼ିଆଳ ସହର ବାସୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତୁରନ୍ତ ଖୋଲିବା ପାଇଁ ଖଡ଼ିଆଳ ସହର ବାସୀ ଦାବୀକରି ଆସୁଥିଲେ । ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଖଡ଼ିଆଳ ସହରରେ ତୁରନ୍ତ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବୀ କରି ଆସୁଥିଲେ । ଓଡ଼ିଶା ବିଧାନ ସଭାରେ ମଧ୍ୟ ବାରମ୍ବାର ଦାବୀ ଉପସ୍ଥାପନା କରି ଆସୁଥିଲେ । ବିଧାୟକ ଙ୍କ ଦାବୀ ରାଜ୍ୟ ସରକାର ସହୃଦୟ ସହିତ ନେବା ସହିତ ଖଡ଼ିଆଳ ଠାରେ ଶନିବାର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଖଡ଼ିଆଳ ଜନ ସାଧାରଣଙ୍କ ପାଇଁ ଉଦଘାଟିତ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ,ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତା ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷ ଶକୁନ୍ତଳା ରାଉତ ,ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜିତ ରାଉତ, ଡାକ୍ତର ଅନ୍ନଦା ଶଙ୍କର ଦାସ, ଡାକ୍ତର ବିଜୟ କିଶୋର ଚଳାନ, ଡାକ୍ତର ଆଦିତ୍ୟ ଯୋଶୀ ସମେତ ନିମନ୍ତ୍ରିତ ବୁଦ୍ଧିଜୀବୀ ଓ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
Recent Comments