ସୁବର୍ଣ୍ଣପୁର/୧୮/୦୨/୨୦୨୩/ (ଆଧାର ନ୍ୟୁଜ) ରିପୋର୍ଟ-ଯୁଧିଷ୍ଠିର ସାହୁ
ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କ୍ରମେ ସୋନପୁର ରକ୍ତଭଣ୍ଡାରରେ କର୍ମଚାରୀଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି।ଏଠାରେ ୫ ଜଣ କର୍ମଚାରୀଙ୍କ ସ୍ଥାନରେ ୩ ଜଣ କର୍ମଚାରୀ ଅବସ୍ଥାପିତ ଥିଲେ। ସେଥିମଧ୍ୟରୁ ଜଣେ ଯିଏକି ଅବସରଗ୍ରହଣ ପରେ ତାଙ୍କୁ ଚାକିରୀରେ ରଖାଯାଇଥିଲା ଯାଫଳରେ ୩ଜଣଙ୍କ ମଧ୍ୟରୁ ୨ଜଣ ଟେକ୍ନିସିଆନ ଯଥାକ୍ରମେ ରକ୍ତର ପରୀକ୍ଷା କାମରେ ନିୟୋଜିତ ଥିଲେ. ହେଲେ ନିକଟରେ ଜିଲ୍ଲାର ତରଭା ଠାରେ ଜଣେ ଟେକନିସିଏନ୍ ଲାଞ୍ଚନେଇ ଭିଜିଲାନ୍ସ ହାତରେ ବନ୍ଧାହେବାପରେ ତାଙ୍କସ୍ଥାନରେ ଏଠାରେ ଯିଏ ଲେବ୍ ଟେକ୍ନିସିଆନ ଟିଟୁ ଭୋଇଥିଲେ ତାଙ୍କୁ ବଦଳି କରିଦିଆଗଲା। ପୁଣି, ଅନ୍ୟ ଯିଏ ଜଣେ ଅବସର ପ୍ରାପ୍ତ ଟେଷ୍ଟିଂ ଟେକ୍ନିସିଆନ ସୁବାସ ପଣ୍ଡା ତାଙ୍କୁ ମଧ୍ୟ ସୋନପୁରରେ ଅଧୁନା ନୂତନ ଭାବେ ସ୍ଥାନାନ୍ତରିତ ହୋଇଥିବା ଶିଶୁ ଓ ମାତୃ ଚିକିତ୍ସାଳୟ କୁ ବଦଳି କରିଦିଆଗଲା।ହେଲେ ବର୍ତ୍ତମାନ ସୋନପୁର ରକ୍ତ ଭଣ୍ଡାରରେ କେହିଜଣେବି ଟେଷ୍ଟିଂ ଟେକ୍ନିସିଆନ ନଥିବାରୁ ଗତ ୭ ଦିନ ଧରି ଏଠାରେ ରକ୍ତ ଦାନରୁ ସଂଗ୍ରହ ହୋଇଥିବା ପ୍ରାୟ ୨୩୫ ୟୁନିଟ ରକ୍ତର ଗୁରୁତ୍ଵ ପୁର୍ଣ୍ଣ 'ଏଲିଶା' ପରୀକ୍ଷା (ରକ୍ତ ଦ୍ୱାରା ସଂକ୍ରମଣ ରୋଗ) ହୋଇପାରୁ ନାହିଁ। ଏହି ପରୀକ୍ଷା ରକ୍ତର ସଂକ୍ରମଣ ସଂପର୍କିତ ଥିବା ଯୋଗୁଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଅଟେ।
ଯାହାର ପରିଣାମ ସ୍ୱରୂପ ଗତ ୭ ଦିନ ଧରି ଜଣେବି ରୋଗୀ ରକ୍ତ ପାଇପାରୁ ନାହାନ୍ତି। ଏଥିପାଇଁ ସହରର ସଚେତନ ବର୍ଗରେ ଖୁବ ପ୍ରତିକ୍ରିୟା ପ୍ରକାଶ ପାଇଛି। ତିନିଦିନ ଧରି ବ୍ୟକ୍ତିଗତ ସ୍ତରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ବର୍ତ୍ତମାନ ଉପୁଜିଥିବାଏହି ସ୍ପର୍ଶ କାତର ପ୍ରସଙ୍ଗ ଭଳି ଏକସମସ୍ୟାର ସମାଧାନ କରୁନାହାନ୍ତି ଵୋଲି ଅତ୍ୟନ୍ତ କ୍ଷୋଭର ସହ ଏକ ପ୍ରେସବିଜ୍ଞପ୍ତି ମାଧ୍ୟମରେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ। ଏହାର ମଧ୍ୟ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ପ୍ରତ୍ୟକ୍ଷ ହସ୍ତକ୍ଷେପ କରି ଏ ଅଚଳାବସ୍ଥା ଦୁର କରିବାକୁ ଜିଲ୍ଲାର ସଚେତନ ବର୍ଗ ଦାବି କରିଛନ୍ତି। ଅନ୍ୟଥା ଶହ ଶହ ରୋଗୀ ଅକାଳ ମୃତ୍ୟୁବରଣ କରିବା ଆଶଂକାକୁ ଏଡ଼ାଇ ଦିଆଯାଇ ନପାରେ।
ପ୍ରକାଶ ଥାଉକି ନିକଟରେ ଏଇ ପ୍ରସଙ୍ଗରେ ଜିଲ୍ଲା ରକ୍ତଦାତା ସେବାସଂଘ,ଜିଲ୍ଲା ଡ୍ରାଇଭର ସଂଘ ଓ ରାଜ୍ୟ ସମାଜସେବୀ ସଂଗଠନ ତରଫରୁ ଆଗରୁ ମଧ୍ୟ ସିଡିଏମ୍ଓଙ୍କୁ ଏକ ଦାବିପତ୍ର ଦିଆ ଯାଇଥିଲା. ତଥାପି ସିଡିଏମଓ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବରଂ ଫୋନଯୋଗେ ଆଜି ତାଙ୍କର ପ୍ରତିକ୍ରିୟା ଚାହିଁବାରୁ ଆପଣ ନ୍ୟୁଜ୍ ବାହାର କରିପାରନ୍ତି ବୋଲି କହିଥିଲେ. କିନ୍ତୁ ଗତକାଲି ଠାରୁ ବଦଳି ଯାଇଥିବା ଟେକନିସିଏନ୍ ଙ୍କୁ ଏଠାରେ ଜଏନ୍ ପାଇଁ ଅର୍ଡ଼ର କରିସାରିଛି ବୋଲି ପ୍ରକାଶ କରିଛନ୍ତି। ଏଣୁ ଏଭଳି ପରିସ୍ଥିତିରେ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଏ ଅଚଳାବସ୍ଥା ଦୁର କରିବାକୁ ସାଧାରଣରେ ଦାବି ହୋଇଛି।
Recent Comments