logo
add image
 ନିଶାମୁକ୍ତ ଭାରତ ଅଭିଯାନ ନିମନ୍ତେ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l

ନିଶାମୁକ୍ତ ଭାରତ ଅଭିଯାନ ନିମନ୍ତେ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l

ରାୟଗଡ଼ା /୦୯/୦୩/୨୨ / (ଆଧାର ନ୍ୟୁଜ)-ନିଶାମୁକ୍ତ ଭାରତ ଅଭିଯାନ ନିମନ୍ତେ ଆଜି ସ୍ଥାନୀୟ ମିଶନ ଶକ୍ତି ହୋଅଳଠାରେ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବକାରୀ ନିରୀକ୍ଷକ ସୀମା କିରଣ ବେକ,ଶିକ୍ଷାବିତ ଡା ନରେନ୍ଦ୍ର କୁମାର ମିଶ୍ର, ଡା ଦୁଷ୍ମନ୍ତ କୁମାର ମହାନ୍ତି,ସଂସାଧକ ଶ୍ରୀ ନକୁଳ ମୋହନନ୍ଦ, ବରିଷ୍ଠ ରାଜ୍ୟ ସଂଯୋଜକ ପଙ୍କଜ ଗୁପ୍ତା,ରାଜ୍ୟ ସଂଯୋଜିକା କୁମାରି ସ୍ଵର୍ଣନନ୍ଦ ମହାପାତ୍ର, କୁମାରୀ ଶ୍ରୀୟା ସାହାଣୀ, ନିଶାମୁକ୍ତ ଭାରତ ଅଭିଯାନ ନୂଆଦିଲ୍ଲୀ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି ନିଜର ବକ୍ତବ୍ୟରେ କହିଲେ ଯେ ସମାଜରେ ଯେପର୍ଯ୍ୟନ୍ତ ନିଶା ମୁକ୍ତ ହୋଇନାହିଁ ସେପର୍ଯ୍ୟନ୍ତ ଆଗକୁ ବଢ଼ିପରିବା ନାହି l ଯୁବବର୍ଗର ସଚେତନତା ଆବଶ୍ୟକ  l ସ୍ବେଚ୍ଛାସେବୀ ମାନେ ତାଲିମ ଗ୍ରହଣ କରି ସମର୍ପିତ ହୋଇ କାର୍ଯ୍ୟ କରିବା ଦରକାର l ସେହିପରି ଶିକ୍ଷାବିତ ଡା ନରେନ୍ଦ୍ର କୁମାର ମିଶ୍ର ନିଜର ବକ୍ତବ୍ୟରେ କହିଲେ ଯେ ଆଦିବାସୀ ଅଞ୍ଚଳରେ ସ୍ବେଚ୍ଛାସେବୀ ମନେ ସଠିକ ଭାବରେ କାର୍ଯ୍ୟକଲେ ନିଶାମୁକ୍ତ ହୋଇପାରିବ l ଗ୍ରାମାଞ୍ଚଳରେ ପଥପ୍ରାନ୍ତ ନାଟକ ଓ ସଙ୍ଗୀତ ନାଟକ ମାଧ୍ୟମରେ ସଚେତନ କଲେ ନିଷମୁକ୍ତ ହୋଇପାରିବ ବୋଲି କହିଥିଲେ l ସେହିପରି ଅନ୍ୟତମ ବକ୍ତା ଶିକ୍ଷାବିତ ଡା ଦୁଷ୍ମନ୍ତ କୁମାର ମହାନ୍ତି ନିଜର ବକ୍ତବ୍ୟରେ କହିଲେ ଯେ ନିଶାମୁକ୍ତ ଭାରତ ଏକ ସୁନ୍ଦର ପରିକଳ୍ପନା ଓ ଯୋଜନା ଯାହା ଆଜିର ସମାଜରେ ଆବଶ୍ୟକତା ରହିଛି l ଏହା ଜନସଚେତନତା ସୃଷ୍ଟି ମଧ୍ୟମରେ ନିଶା ସେବନ ରୋକିପାରିବ l ଏହି କ୍ଷେତ୍ରରେ ସ୍ବେଚ୍ଛାସେବୀ ମାନେ  ସଙ୍କଳ୍ପବଦ୍ଧ ଭାବେ କର୍ତବ୍ୟ ସମ୍ପାଦନା କରିବା ଆବଶ୍ୟକ ବୋଲି କହିଥିଲେ l ରାଜ୍ୟସ୍ତରୀୟ ସଂଶଧକମାନେ ସ୍ୱେଚ୍ଛାସେବୀ ମାଙ୍କୁ ତାଲିମ ପ୍ରଦାନ କରିଥିଲେ lଏହି ଆଲୋଚନାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିକ୍ତରିଆ କୁଲୁ,ଉପଖଣ୍ଡ ସାମାଜିକ ଅଧିକାରୀ ରାୟଗଡ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଗୁଣପୁର,ଏଲ ସଂନ୍ତୋଷ କୁମାର ପ୍ରମୁଖ ଯୋଗଦାନ କରିଥିଲେ  l          ( ରିପୋର୍ଟ-ସହଦେଵ ସାହୁ )
                                                         

Recent Comments

Leave Comments

Top