ବିନିକା/୧୨/୨/ (ଆଧାର ନ୍ୟୁଜ)-ରିପୋର୍ଟ-ଅକ୍ଷୟକୁମାର ପୁଜାହାରୀ
ସୁବର୍ଣ୍ଣପୁର ଝିଲ୍ଳା ବିନିକା ଏନଏସି ତଥା ଗ୍ରାମାଞ୍ଚଳ ମାନଙ୍କରେ ଦିନକୁ ଦିନ ରାସ୍ତା କଡ଼ ଖାଦ୍ୟ ବ୍ୟବ ସାୟୀଙ୍କ ସଂଖ୍ୟା ବହୁଲ ପରିମାଣରେ ବଢ଼ିଚାଲିଛି । ଏମାନେ ରାସ୍ତା କଡ଼ରେ ଖୋଲାଖୋଲି ଭାବେ ବିଭିନ୍ନ ପ୍ରକାର ଖାଦ୍ୟ ବିକ୍ରି କରୁ ଛନ୍ତି। ଫଳରେ ରାସ୍ତାର ଧୂଳିମଳି ଉଡ଼ି ଖାଦ୍ୟ ଉପରେ ପଡୁଛି। ଅନ୍ୟ ପଟେ ବିଭିନ୍ନ ହଟେଲରେ ଗ୍ରାହକଙ୍କୁ ନିମ୍ନ ମା ନର ଖାଦ୍ୟ ପଦାର୍ଥ ମଧ୍ୟ ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ଅଜଣାତରେ ଗ୍ରାହକମାନେ ଏହାକୁ ଖାଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି ।ଜିଲ୍ଲାଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ରାସ୍ତାକଡ଼ରେ ତଥା ବିଭିନ୍ନ ଢ଼ାବା ଓ ହଟେଲ ଗୁଡ଼ିକରେ ବିକ୍ରି କରାଯାଉ ଥିବା ଖାଦ୍ୟର ମାନ ବି ଯାଞ୍ଚ କରାଯାଉନାହିଁ। ଏହାର ଲାଭ ଉଠାଇ ବ୍ୟବସାୟୀ ମାନେ ବେଧଡ଼କ ବାସୀ ଖାଦ୍ୟ ତଥା ନିମ୍ନମାନର ଖାଦ୍ୟ ବିକ୍ରୀ କରୁଥିବା ଗୁରୁତର ଅଭିଯୋଗ ମାନ ହେଉଛି. ବିନିକା ଅଞ୍ଚ ଳରେ ହାତଗଣତି ଦୋକାନୀଙ୍କର ଖାଦ୍ୟ ଲାଇସେନ୍ସ ଥିବା ବେଳେ ଅଧିକାଂଶ ବେଆଇନ ଭାବେ ବ୍ୟବସାୟ କରୁ ଛନ୍ତି. ସେହିଭଳି ରାସ୍ତାକଡ଼ରେ ଅନେକଗୁଡ଼ିଏ ଠେଲା, ଢ଼ାବା ଓ ହୋଟେଲ ଥିଲେ ମଧ୍ୟ ସେଠାରେ ବିକ୍ରି ହେଉଥିବା ଖାଦ୍ୟର ମାନ ପ୍ରଶାସନ ପକ୍ଷରୁ ଯାଞ୍ଚ ହେଉନାହିଁ । ବିନିକା ଏନଏସି ତଥା ଗ୍ରାମାଞ୍ଚଳ ରେ ରାସ୍ତାକଡ଼ ଖାଦ୍ୟ ବ୍ୟବ ସାୟ ବହୁଲ ପରିମାଣରେ ବଢ଼ିଚାଲିଥିବା ବେଳେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅ ଧିକାରୀ ଏଥିପ୍ରତି ଦୃଷ୍ଟି ନଦେଇ ନିଘୋଡ଼ ନିଦରେ ରହିଥିବାରୁ ଜନସାଧାରଣରେ କ୍ଷଭୋ ପ୍ରକାଶ ପାଉଛି ଏଣୁ ଜନସାଧାରଙ୍କ ହିତ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏ ଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି
Recent Comments