logo
add image
  ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳରେ ପଶ୍ଚିମ ଯୋନୀୟ ସ୍ତରର ଯୁବ ରେଡ଼କ୍ରସ ସ୍ଵେଛାସେବି ତାଲିମ ଶିବିର ଉଦଘାଟିତ

ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳରେ ପଶ୍ଚିମ ଯୋନୀୟ ସ୍ତରର ଯୁବ ରେଡ଼କ୍ରସ ସ୍ଵେଛାସେବି ତାଲିମ ଶିବିର ଉଦଘାଟିତ

ବିନିକା/ସୁବର୍ଣପୁର/09/03/2022/( ନ୍ୟୁଜ ଆଧାର ଓଡିଶା) -ଆଜି ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ  ଯୁବ ରେଡ଼କ୍ରସ ପକ୍ଷରୁ ରାଜ୍ୟ ପଶ୍ଚିମ ଯୋନସ୍ତରିୟ ଯୁବ ରେଡ଼କ୍ରସ ସ୍ବେଛାସେବୀ  ତାଲିମ ଓ  ଅଧ୍ୟୟନ ଶିବିରକୁ ସୁବର୍ଣ୍ଣପୁର ଏଡ଼ିଏମ ସୂର୍ଯ୍ୟନାରାୟଣ ଦ‌ାଶ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ .ଏହି ଶିବାର ୪ ଦନ ଧରି ଚାଲିବାର ଥିଲାବେଲେ ଆସନ୍ତା ୧୨ ତାରିଖ ଦିନ ଉଦଜାପିତ ହେବ .ଏଥିରେ ପଶ୍ଚିମ ଜୋନଲ ସ୍ତରରୁ ୩୪ ଟି ମହାବିଦ୍ୟାଳୟର ୮୨ ଜଣ ସ୍ବେଚ୍ଚା ସେବି ଓ ଜିଲ୍ଲା ସଂଯୋଗ ୮ ଜଣ ଯୋଗ ଦେଇଛନ୍ତି . ଏନେଇ ସିଦ୍ଦାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ  ଅଧ୍ୟକ୍ଷ ପ୍ରଫେସର ଡ଼ଃ ଧିରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏକ ସଚେତନା ସଭାରେ ସୁବର୍ଣ୍ଣପୁର ଏଡ଼ିଏମ ଶ୍ରୀ ଦାଶ ମୂଖ୍ୟ ଅତିଥି ,ବିନିକା ସିଦ୍ଧାର୍ଥ କନିଷ୍ଟ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ରେଖା ପଧାନ ,ବିନିକା ବିଡ଼ିଓ ବ୍ୟାସଦେବ ବେହେରା , ସୁବର୍ଣ୍ଣପୁର ଜିଲ୍ଲା ସଂଜୋଜକ ଉମାକାନ୍ତ ନାଗ ସମ୍ମାନିତ ଅତିଭାବରେ ଯୋଗଦେଇ ରେଡ଼କ୍ରସ ଉପରେ ଆଲୋକପାତ କରିଥିଲେ . ଅତିଥି ମାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଓପଢ଼ୋକନ ଏବଂ ରେଡ଼କ୍ରସ  ଉପରେ ଏକ  ଉପହାର ଅର୍ପଣ କରାଯାଇଥିଲା .ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ତଥା ଯୁବ ରେଡ଼କ୍ରଶ କାଉନସିଲର ବିଶ୍ବନାଥ ମିଶ୍ର ମଞ୍ଚ ପରିଚାଳନା କରିଥିଲାବେଳେ ଇତିହାସ ବିଭାଗ ମୂଖ୍ୟ ପ୍ରଫେସର ଗୋପାଳକୃର୍ଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ .କର୍ମଶାଳାରେ  ଅଧ୍ୟାପକ ମାନସ ରଞ୍ଜନ ମିଶ୍ର, ଭବବାନ ସାହୁ ,ରୁଦ୍ରନାରାୟଣ ଦାଶ ,ହରିଶ୍ଚନ୍ଦ୍ର ହୋତା,ଦିପ୍ତିରାଣୀ ସ୍ବାଇଁ ,ମିତାଲି ପଧାନ , ପ୍ରମିତା ମିଶ୍ର, ଜାନକୀ ସାମିନି ,ଭାରତି ବାବୁ ,ବିଦ୍ୟା ମହାକୁର,ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ,କର୍ମଚାରୀ ,ଛାତ୍ର ଛାତ୍ରୀ ଉପସ୍ତିତ ଥିଲେ . କର୍ମଶାଳାରେ  ସ୍ବେଚ୍ଚା ସେବି ମାନଙ୍କ ମଧ୍ୟରେ ରକ୍ତଦାନର ମହତ୍ବପୁର୍ଣ୍ଣ ବିଷୟ ଉପରେ ପତି ଯୋଗିତା ହୋଇଥିଲା .  ସଂନ୍ଧ୍ୟାରେ ବିଭିନ୍ନ ସଚେତନା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି .  ( ଅକ୍ଷୟ କୁମାର ପୂଜାହାରୀ )   

Recent Comments

Leave Comments

Top