logo
add image
ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ କାର୍ଯ୍ୟକ୍ରମ-ଶୁଭାରମ୍ଭ କଲେ ଜିଲ୍ଲାପାଳ

ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ କାର୍ଯ୍ୟକ୍ରମ-ଶୁଭାରମ୍ଭ କଲେ ଜିଲ୍ଲାପାଳ

ରାୟଗଡା/୧୦/୦୨/୨୩/ (ଆଧାର ନ୍ୟୁଜ)-ରିପୋର୍ଟ-ସହଦେଵ ସାହୁ 
ଆଜି ରାୟଗଡ଼ା ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜେମାଦେଇ ପେଣ୍ଠ  ଆନୁକୁଲ୍ୟରେ କନ୍ଧ ମାଲିଗାଁ ସର କାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଭବ୍ୟ ବର୍ଣ୍ଣାଢ଼୍ୟ କାର୍ଯ୍ୟ କ୍ରମରେ ରାୟଗଡ଼ା ଜିଲ୍ଲାର କଲେକ୍ଟର ଶ୍ରୀମତୀ ସ୍ଵଧା ଦେବ ସିଂଙ୍କ କର କମଳରେ Mass Drug Administrater..ଏମ ଡି ଏ କାର୍ଯ୍ୟକ୍ରମ ଉଦଘାଟନ କରାଯାଇଛି । ଅନ୍ୟତମ ଜିଲ୍ଲା ସ୍ୱାସ୍ଥ୍ୟ  ପଦାଧିକାରୀ ଡକ୍ଟର ବି ଲକ୍ଷ୍ମୀ ନାରାୟଣ ପୃଷ୍ଟି ,ଶ୍ରୀ ଯୁକ୍ତ ସନ୍ତୋଷ ପଣ୍ଡା, ବ୍ଲକ ଅଧ୍ୟକ୍ଷl ସୁଶ୍ରୀ ଟୁନି ହୁଇ କା ,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରିଯୁକ୍ତ ବସନ୍ତ ପ୍ରଧାନ , ଜେମାଦେଇ ପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଦୀପ୍ତ କୁମାର ସୁବୁଦ୍ଧି, ଡକ୍ଟର ସୁନୀଲ ମହାପାତ୍ର, ଡକ୍ଟର ସସ୍ମୀତା ଆଚାର୍ଯ୍ୟ, ଶ୍ରୀମତୀ ସଂଯୁକ୍ତା ବେହେରା, ଶ୍ରୀଯୁକ୍ତ କିଶୋର ପଟ୍ଟନାୟକ, ଶ୍ରୀ ରଞୀତ ପଲାଇ, ଶ୍ରୀ ମନୋଜ ପଣ୍ଡା ,ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ନମୀତା ସେଠି ସ୍ୱାସ୍ଥ୍ୟ ସେବୀ ଅନୁଷ୍ଠାନ ପିସିଆଇର ଜିଲ୍ଲା ଅଧିକାରୀ ବିଜୟ କୁମାର ବେହେରା ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନୟନା ରୟତା ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ଏହି ଉଦଘାଟିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଫାଇଲେରିଆ ରୋଗ ନିରାକରଣ ଓ ରକ୍ତ ହୀନ ତାରୁ ନିଜକୁ ରକ୍ଷା କରିବା । ଏହି ଏମ ଡି ଏ(M D A) କାର୍ଯ୍ୟକ୍ରମ ୧୦/୨/୨୩ ଠାରୁ ୧୯/ ୨/୨୩ ପର୍ଯ୍ୟନ୍ତ ରାୟଗଡ଼ା ବ୍ଲକର ସମସ୍ତ ୩୬୭ ଗ୍ରାମରେ କାର୍ଯ୍ୟକାରୀ ହେବ। ଏହି ୩୬୭ ଗ୍ରାମରେ ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ୱା ରା ପ୍ରତ୍ୟେକ ଦିନ ୨୫ଟି ଘର ପରିଦର୍ଶନ କରି ୨ବର୍ଷରୁ ଉର୍ଧ୍ଵ ପରିବାର ସମସ୍ତ ବ୍ୟକ୍ତିଙ୍କୁ ଏହି ଔଷଧ ସେବନ କରା ଇବେ ।ଆଜି ଏହି ଉଦଘାଟନ ଅବସର ରେ କନ୍ଧ ମାଲିଂଗା ବାଳିକା ବିଦ୍ୟାଳୟର ସମସ୍ତ ଛାତ୍ରୀ ସମସ୍ତ ଶିକ୍ଷୟତ୍ରୀ ତଥା ସେମାନଙ୍କର ସମସ୍ତ ପରିବାର ସ ଦସ୍ୟ ମାନଙ୍କୁ ଔଷଧ ସେବନ କରାଯାଇଛି। ଏତଦ୍ ବ୍ୟତୀତ କୃମି ନାଶକ ବଟିକା ଆଲବେଣ୍ଡାଜଲ ଔ ଷଧ ମଧ୍ୟ ସେବନ କରାଯାଇଛି। ଏହି କାର୍ଯ୍ୟକ୍ରମ ଉଦଘାଟନ ପରେ ଜିଲ୍ଲା ସ୍ୱାସ୍ଥ୍ୟ  ଅଧି କାରୀ ଡକ୍ଟର ବି ଲକ୍ଷ୍ମୀ ନାରାୟଣ ପୃଷ୍ଟି ନିଜର ମାର୍ଗଦର୍ଶନ ଅବସର ରେ କହିଥିଲେ, ଏହି ବଟିକା ଖାଇବା ଦ୍ୱାରା  ଗୋଦ ର ଗୋଡ଼ ଓ ହାଇଡ୍ରୋସିଲ ଭଳି ରୋଗରୁ ରକ୍ଷା ପାଇଁ ପାରିବେ । ସମସ୍ତେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୁ ଅନ୍ତୁ ଓ ସଫଳ ହେବା ର କାମନା କରି ସେ ନିଜେ ଏହି ଔଷଧ ସେବନ କରି ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ ଜିଲ୍ଲାର ଜଗନ୍ନାଥପୁର ସ୍ୱାସ୍ଥ୍ୟ ବ୍ଲକ,ବିଷମ କଟକ ବ୍ଲକ ଓ ଗୁଡ଼ାରି ବିଜ୍ଞାପିତ ଅଂଚଳରେ କାର୍ଯ୍ୟକ୍ରମ ଶୁଭ୍ରାଂଶୁ କରାଯାଇଛି l 

Recent Comments

Leave Comments

Top