logo
add image
 ଅର୍ଥସାଜିଛି ବାଧକ- ପୁଅର ଚିକିତ୍ସା ପାଇଁ ମା ବିକ୍ରୀକରିବ କିଡ଼ିନୀ-ବାପା କରିବ ଆଖିଦାନ 

ଅର୍ଥସାଜିଛି ବାଧକ- ପୁଅର ଚିକିତ୍ସା ପାଇଁ ମା ବିକ୍ରୀକରିବ କିଡ଼ିନୀ-ବାପା କରିବ ଆଖିଦାନ 

କାକଟପୁର/୦୯/୦୨/୨୦୨୩/ (ଆଧାର ନ୍ୟୁଜ) ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଞ୍ଚାୟତ କରଞ୍ଜପୁର ଗ୍ରାମର ନିସ୍ଵ ଅସହାୟ ବ୍ରାହ୍ମଣ ପରିବାରର ଏକ ହୃଦୟ ବିଦାରକ ଅଶ୍ରୁଳ କାହାଣୀ। କର ଞ୍ଜପୁର ଗ୍ରାମର ସୁଦର୍ଶନ ପଣ୍ଡାଙ୍କ ୧୨ ବର୍ଷର ପୁତ୍ର ଆୟୁଷ କୁମାର ପଣ୍ଡା ଏବେ ହୃଦ୍  ଆଉ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହିତ ଲଢେ଼ଇ କରୁଛି। ଦୁଇ ଦୁଇ ଥରଯାଇ ସାଇ ମେଡିକାଲ ବାଙ୍ଗାଲୋର,କଟକ ଓ ଭୁବନେଶ୍ୱରରେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଦୁଇଟିଯାକ ଅଙ୍ଗ ପ୍ରତିରୋପଣ ପାଇଁ ପ୍ରାୟ ୨୦ରୁ ୩୦ଲକ୍ଷଟଙ୍କା ଖର୍ଚ୍ଚ ହେବ ବୋଲି  କହିବା ପରେ ସୁଦର୍ଶନଙ୍କ ମୁ ଣ୍ଡରେ ଏବେ ଚଡକ ପଡିଛି। ସୁଦର୍ଶନଙ୍କ ଆର୍ଥିକ ରୋଜଗାର କ ହିଲେ ଆଖ ପାଖ ଗ୍ରାମରେ କିଛି ମନ୍ଦି ରରେ ମନ୍ଦିର ପୂଜକ ଭାବରେ କାର୍ଯ୍ୟକରି ନିଜ ପରିବାରର ଗୁଜୁରାଣ ମେଣ୍ଟା ନ୍ତି। ଆର୍ଥିକ ସ୍ଥିତି ସମ୍ପୁର୍ଣ୍ଣ ଭା ବେ ଦୟନୀୟ ଅଟେ। ସୁଦର୍ଶନଙ୍କ ସ୍ତ୍ରୀ କୋହ ଭରା କଣ୍ଠରେ କୁହନ୍ତି ଯଦି କେହି ବୈଦାନ ବ୍ୟକ୍ତି ମୋର ପୁ ଅକୁ ଦୁଇଟିଯାକ ଅଙ୍ଗ ଦାନକରନ୍ତି ମୁଁ ଆଉ ମୋ ସ୍ୱାମୀ ନିଜ ନିଜର ଆଖି ଆଉ କିଡ଼ିନୀ ଦାନ କରି ଦେ ବୁ । ଯଦି ଏହା ସମ୍ଭବ ନହୁଏ କି କୌଣସି ସରକାରୀ ସାହାଯ୍ୟ ନମିଳେ ତାହେଲେ ବାଧ୍ୟ ହୋଇ ଆମେ ସ୍ୱାମୀ ସ୍ତ୍ରୀ ପୁଅର ଜୀବନ ବଞ୍ଚାଇବା ପାଇଁ କିଡ଼ିନୀ ଆଉ ଆଖି ବିକ୍ରିକରି ଚିକିତ୍ସାପାଇଁ ବାଙ୍ଗାଲୋର ନେବା ପାଇଁ ଚେଷ୍ଟା କ ରିବୁ। ଏବେ ପ୍ରତି ମାସରେ ଆୟୁଷର ଔଷଧ ଖାଇବା ପାଇଁ ଖର୍ଚ୍ଚ ହେଉଛି ୧ ହଜାର ଟଙ୍କା । ଏହି ଟଙ୍କା ଖର୍ଚ୍ଚ କରିବା ପାଇଁ ଏବେ ତାଙ୍କ ପାଖରେ ଆଉ ସମ୍ବଳ ନାହିଁ। ଆର୍ଥିକ ଆଉ ମାନସିକ ଭାରସାମ୍ୟ ହରାଇ ବସିଲଣି ସ୍ୱାମୀ ସ୍ତ୍ରୀ ଦୁଇ ଜଣ। ପୁଅ ଚିନ୍ତାରେ ମା ଯେତେବେଳେ ଏକୁଟିଆ ବସି କାନ୍ଦୁଥାଏ ରୋଗାକ୍ରାନ୍ତ ପୁଅ ମାଆର ଦୁଃଖ ନ ଦେଖି ପାରି ତା ଆଖିରୁ ଲୁହ ପୋଛି କୁହେ ମା ତୁମେ  ବେସ୍ତ ହୁଅନା ମୋ ଭାଗ୍ୟରେ ଯାହା ଥିବ ସେଇଆ ହିଁ ଘଟିବ।ପୁ ଅର ଏଇ ପଦକ କୋହଭରା କଥା ମାକୁ ବେସ୍ତ ବିବ୍ରତ କରି ପକାଏ। ୫ ମାସରୁ ଏହି ରୋଗରେ ଆୟୁଷ ପୀଡ଼ିତ ଥିବା ସୁଦର୍ଶନ ଆମ ପ୍ରତି ନିଧିଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସୁଦର୍ଶନଙ୍କର ଦୁଇ ପୁଅ ଦୁଇ ଝିଅ ଓ ବିଧବା ମା ଏବେ ଘରେ ଅ ଛନ୍ତି।ସୁଦର୍ଶନ ଆଉ ତାଙ୍କ ପତ୍ନୀ ତୃପ୍ତିରେଖା ଆକୁଳ ନିବେଦନ କରିଛନ୍ତି ଯେ ତାଙ୍କୁ ରାଜ୍ୟ ସରକାର, ବେ ସରକାରୀ ସଂସ୍ଥା ଓ ବୈଦାନ ବ୍ୟକ୍ତି ମାନେ ପୁଅର ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ସହାୟତା ଯୋଗାଇ ଦେବାକୁ ବିନମ୍ରର ସହ ନିବେଦନ କରିଛନ୍ତି ।(କାନାଡ଼ା) ବ୍ୟାଙ୍କ ଆକାଉଣ୍ଟ ନଂ୧୧୦୦୬୯୭୬୩୦୧୯ IFSC Code / CNRB OOO6୦15,.ଏହି ନଂ ରେ ପଠାଇବାକୁ ସେ ଆକୁଳ ନିବେଦନ କରି ଛନ୍ତି .ଆମ୍ଭ ପ୍ରତିନିଧିଙ୍କ ମୋବାଇଲ ନମ୍ବର ୦୯୯୩୭୦୭୩୫୭୪.ଏହି ମୋବାଇଲ ନମ୍ବରରେ ଯୋ ଗାଯୋଗ କଲେ ସୁଦର୍ଶନଙ୍କ ଘରେ ପହଞ୍ଚି ପାରିବେ .  

Recent Comments

Leave Comments

Top