logo
add image
 ଆମ୍ବାଦଳା ଠାରେ ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଆମ୍ବାଦଳା ଠାରେ ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଅମ୍ବାଦଳା/ରାୟଗଡା/୦୮/୦୨/୨୩/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା:ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ପରିସ ରରେ ଆମ ପୋଲିସ ଏବଂ ଆମ ଓଡ଼ିଶା ଅନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ୍ୟ ରକ୍ତଦାନ ଶିବିର ଅନୁ ଷ୍ଠିତ ହୋଇ ଯାଇଛି। ପୋଲିସ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ ସ୍ତାନୀୟ ଥାନାଧିକାରୀ କମ ଳାକାନ୍ତ ବସନ୍ତ କୁମାର କହଁର ଉଦଘାଟନ କରିଥିବାବେଳେ ଏହି ମହତ କାର୍ଯ୍ୟକ୍ରମରେ ରାୟଗଡା ଜିଲା ପରିସଦ ଉପାଧକ୍ଷ ସନ୍ତୋଷ ସୁନା,ଏସଡିପିଓ ଆକାଶ ଚନ୍ଦ୍ର ସାହୁ,ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସା ହୁ ମୁନିଗୁଡା ବ୍ଲକ ଉପାଧ୍ୟକ୍ଷ ଆଦର୍ଶ  କୋସଲିଆ,ବିଜେଡି ନେତା ଧୀରେନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା ଯୁବ ଉପ ସଭାପତି ଜଗନ୍ନାଥ ଆଚାରି ଏବଂ ପୋଲିସ କର୍ମଚାରିଙ୍କ ସମେତ ସ୍ତାନୀୟ ସାମନ୍ତ ମହାବିଦ୍ୟଳୟର ଛା ତ୍ରଛାତ୍ରୀ, ସମାଜ ସେବୀ ଲୋକ ପ୍ରତିନିଧି,ସାମ୍ବାଦିକ, ରାଜନେତା,ବ୍ୟବସାୟୀ, ଡ୍ରାଇଭର ମହାସଂଘ, ଚା କିରିଆ ଆଦି ସବୁ ବର୍ଗର ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରି ରକ୍ତ ଦାନ କରିଥିଲେ। ପୋଲିସ ପକ୍ଷରୁ ଏସ ଡିପିଓ ଆକାଶ ଚନ୍ଦ୍ର ସାହୁ,,ଥାନାଧିକାରୀ ଶ୍ରୀ କହଁର ସମେତ ପୋଲିସ କ ର୍ମଚାରୀ  ଉତ୍ସାହୀ ମହିଳା ମା ନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ।ମହିଳା ବ୍ୟବସାୟୀ, ଅଙ୍ଗନବାଡି ସ ହାୟିକା ଏବଂ ସାମ୍ବାଦିକ ଓ ସାମ୍ବାଦିକଙ୍କ ସହଧର୍ମିଣୀମାନେ ରକ୍ତଦାନ କରିଥିବା ଜଣାପଡିଛି।ରାୟ ଗ ଡା ଜିଲାପରିସଦ ଉପାଧକ୍ଷ ସନ୍ତୋଷ ସୁନା,ମୁନିଗୁଡା ବ୍ଲକ ଉପାଧ୍ୟକ୍ଷ ଅଦର୍ଶ କସଲିଆ ସମେତ ବିଜେଡି ନେ ତା ଧୀ ରେନ୍ଦ୍ର ପାଣିଗ୍ରାହୀ, ଏବଂ କଳିଙ୍ଗ ବୈଶ୍ୟ ସଙ୍ଘର ପ୍ରମୁଖ ସଦସ୍ୟ ଇଂକୁଡୁ ପାତ୍ର ଯୋଗଦେଇ ରକ୍ତଦାନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହ କରିଥିଲେ।ଆଇ ଆଇ ସି ଶ୍ରୀ କହଁର ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ।ଏହି ଶିବି ରରେ ମୋଟ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ''ରକ୍ତ ଦାନ ମହତ ଦାନ'' ଅଭିଯାନରେ ସାମିଲ ହୋଇ ରକ୍ତଦାତାମାନେ ସନ୍ତୋଷ ପ୍ରକାଶ କରିଛନ୍ତି।ଅମ୍ବାଦଳା ପୋଲିସ ପକ୍ଷରୁ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂସା କରୁଥିବା ଶୁଣିବାକୁ ମିଲୁଛି ।  

Recent Comments

Leave Comments

Top