ସୁବର୍ଣ୍ଣପୁର/ (ଆଧାର ନ୍ୟୁଜ) ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ୩୦ ଜାନୁୟାରୀରୁ ୧୩ ଫେବୃୟାରୀ ଯାଏଁ ଅ ନୁଷ୍ଠିତ ହେ ଉଥିବା ସ୍ପର୍ଶ କୁଷ୍ଠ ସଚେତନତା ପକ୍ଷ ଅବସରରେ ଆଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରି ସରରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜ ନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂ ଜନ ପତି ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ପ୍ଲାକାର୍ଡ ଓ ବ୍ୟାନର ସହ ସ୍ଲୋଗାନ ଦେଇ ଏହି ରାଲିରେ ଭାଗ ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପିପିଲି ପାଲି ସ୍ଥିତ ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନ ଠା ରେ ଏକ ସଚେତନତା ସଭା ଅନୁଷ୍ଠିତ ହେବାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃ ତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥି ଲା। ଜିଲ୍ଲା କୁଷ୍ଠ ଅଧିକାରୀ ଡାକ୍ତର ପଦ୍ମହଂସା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭା ରେ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗା ଯୋ ଗ ଅଧି କା ରୀ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ କୁଷ୍ଠ ରୋଗର କାରଣ ଓ ନିରାକରଣ ଉପରେ ଆଲୋଚନା କରିବା ସହ କୁଷ୍ଠରୋଗ ବିରୁଦ୍ଧରେ ସାମୁହିକ ଲଢେଇ କରି କୁଷ୍ଠରୋଗକୁ ଇତିହାସ ପୃଷ୍ଠାରେ ହଜାଇ ଦେବାକୁ ଆହ୍ଵାନ ଦେ ଇଥିଲେ। ଏହି ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଝାନସି ମେହେର, ଦ୍ୱିତୀୟ ସ୍ଥାନ ରେ ଆୟୁଷ୍ମାନ କୁଅଁର ଏବଂ ତୃତୀୟ ସ୍ଥାନରେ ଶାନ୍ତା ସାଗରୀକା ପ୍ରଧାନ ରହି ଅତିଥିଙ୍କ ଠାରୁ ପୁରସ୍କୃତ ହୋଇ ଥି ଲେ । ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସାହୁ ସ୍ଵାଗତ ଭାଷଣ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments