ବୌଦ୍ଧ/୩୦ /୦୧ /୨୩/ (ଆଧାର ନ୍ୟୁଜ) ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ ପକ୍ଷରୁ ଆଜି ବିଶ୍ଵ କୁଷ୍ଠ ନିରା କ ରଣ ଦିବସରେ ମହାନଦୀ ବ୍ରିଜଛକ ନିକଟରେ ଥିବା ସ୍ଥାନୀୟ କୁଷ୍ଠlଶ୍ରମରେ ପାଳିତ ହୋଇଯାଇଛି l ଯୁବ ରେଡ୍ କ୍ରସର ସମ୍ପାଦକ ଅଧ୍ୟାପକ ପ୍ରବିର କୁମାର ଦାସଙ୍କ ନେତୃତ୍ୱରେ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ଛାତ୍ରମାନେ ସେ ହି ଆଶ୍ରମରେ ପହଞ୍ଚି ସେଠାରେ ଥିବା ଅନ୍ତେବାସୀ ମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନଂକ ପାଇଁ ହୋଇ ଥିବା ଦିବସ ବିଷୟରେ ବୁଝାଇ ଥିଲେ l ସମସ୍ତ ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଫଳ ବଣ୍ଟନ କରିଥିଲେ l କରୋନା ସମୟରୁ ପୋଷ୍ୟ କରିଥିବା ଯୁବ ରେଡ୍ କ୍ରସ୍ ସମା ଜକୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ଯେ କୁଷ୍ଠ ରୋଗୀ ଅସ୍ପୃଶ୍ୟ ନୁହଁନ୍ତି l କୁଷ୍ଠ ରୋଗ ଔଷଧ ଦ୍ଵାରା ନିଶ୍ଚୟ ଆରୋଗ୍ୟ ହେବ l କୁଷ୍ଠ ରୋଗର ଲକ୍ଷଣ ପ୍ରକାଶ ପାଇଲେ, ଦେହରେ ଛଉ ଦେଖା ଦେଲେ ତାକୁ ନ ଲୁଚାଇ ଡାକ୍ତର ଖାନାରେ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏମ୍. ଡି. ଟି. ଔଷଧ ଖାଇଲେ ଏହି ରୋଗ ନିଶ୍ଚୟ ଭଲ ହେବ l ବର୍ଷl ଦିନରେ ପାଣିପଶି ଯାଉ ଥିବାରୁ ସେ ମାନଙ୍କ ପାଇଁ ଯଥାଶୀଘ୍ର ନୂତନ ଗୃହନିର୍ମାଣ କରାଯିବା ପାଇଁ ସେମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି l ଏହି କାର୍ଯ୍ୟ କ୍ରମରେ ସ୍ୱେଚ୍ଛାସେବୀ ପ୍ରମୋଦ କୁମାର ସାହୁ, ପାର୍ଥ ସାରଥି ମିଶ୍ର, ଜିତେନ୍ଦ୍ର ସାହୁ,ପ୍ରମୁଖ ଯୋଗଦାନ କରିଥିଲେ .
(ରିପୋର୍ଟ-ଧବଳେଶ୍ଵର ମହାପାତ୍ର)
Recent Comments