ରେଢ଼ାଖୋଲ/୨୫/୦୧/୨୩/ (ଆଧାର ନ୍ୟୁଜ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାୟାକଳ୍ପ ଟିମ ପ୍ରତିନିଧି ମାନେ ବୁଧୁବାର ଦିନ ପରିଦର୍ଶନ କରିବା ସହ ତଦାରଖ କରି ଥିଲେ। ଡ଼ାକ୍ତରଖାନା ପରିସରରେ ସଫା ସୁତୁରା, ଡାକ୍ତର ରୋଗୀଙ୍କ ପ୍ରତି ବ୍ୟବହାର, ଉପଯୁକ୍ତ ଚିକିତ୍ସା ଓ ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ କାର୍ଯ୍ୟର ତଦାରଖ କରିଥିଲେ। ଏହି ଟିମ୍ ରେ ଡ଼.ଅଞ୍ଜନା ପଣ୍ଡା, ଡ଼.ସୌମ୍ୟଶ୍ରୀ ମ ହାପାତ୍ର, ଡ଼.ତୃପ୍ତି ମିଶ୍ର, ଡିଏମଆରସିଏଚ ସମ୍ବଲପୁର ଅଶ୍ଵିନୀ ମହାନନ୍ଦ ପ୍ରମୁଖ ପରିଦର୍ଶନ ରେ ଥିବା ବେଳେ ରେ ଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଭାରାପ୍ରାପ୍ତ ଏଡିଏମଓ ସୁନୀତା ବ୍ରହ୍ମା ସମେତ ସମସ୍ତ ଡାକ୍ତର, କର୍ମଚାରୀ ଓ ମେନେଜର ଦୀପକ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ। ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ ବେ ଳେ ଗଣମାଧ୍ୟମ ପ୍ରତିନିଧି ମାନେ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା ବିଷୟରେ କାୟାକଳ୍ପ ଟିମ ପ୍ରତିନିଧି ମାନଙ୍କୁ ଜ ଣାଇଥିଲେ।
Recent Comments