logo
add image
ସକ୍ଷମ ତରଫରୁ ଉଚ୍ଚ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷଣ ଶିବିର

ସକ୍ଷମ ତରଫରୁ ଉଚ୍ଚ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷଣ ଶିବିର

 କଲନରା/ରାୟଗଡା/୨୫/୦୧/୨୩/ (ଆଧାର ନ୍ୟୁଜ) କୋଲନାରା ବ୍ଲକ ଅନ୍ତର୍ଗତ ମୁନିସିଙ୍ଗ ଗ୍ରାମ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସକ୍ଷମ ରାୟଗଡା ଆନୁକୂଲ୍ୟରେ ଚକ୍ଷୁ ପରୀକ୍ଷଣ ଶିବିରର ଆୟୋଜନ ହେଇଜାଇଛି.ବିଦ୍ୟାଳୟର ୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ କରିବା ସହ ୧୨ଜଣ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟ ପରୀକ୍ଷଣ ହେଇଜାଇଛି.ପରୀକ୍ଷଣ କରାଯାଇଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ୫ ଜଣଙ୍କ ପାଇଁ ଚଷମା ଆବଶ୍ୟ କତା ରହିଛି, ଜାହା ସକ୍ଷମ ତରଫରୁ ଦିଆଯିବ ତତ୍ସହିତ ଜଣେ ଛାତ୍ର ଜିଏ ବଧିର ଦିବ୍ୟାଙ୍ଗ ରୂପେ ଚିହ୍ନଟ ହେଇଛନ୍ତି.ସକ୍ଷମ ରାୟଗଡା ଆବଶ୍ୟକତା ଅନୁଯାୟୀ ସମସ୍ତଙ୍କ ଯଥାଶୀଘ୍ର ସୁବିଧା କରାଇବ ଜାହା ପ୍ରାନ୍ତର ସଚିବ ଶ୍ରୀ ରାମଚନ୍ଦ୍ର ସାହୁ କହି ଛନ୍ତି .ଶ୍ରୀ ବିଜୟ କୁମାର ମିଶ୍ର (କୋଷାଦକ୍ଷ, ସକ୍ଷମ) ଙ୍କ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିବା ବେଳେ, ଶ୍ରୀ ଶ୍ୟାମ କୁମାର ଦାଶ (ପ୍ରାନ୍ତ ଯୁବା ପ୍ରମୁଖ/ଜ଼ିଲ୍ଲା ସମ୍ପାଦକ-ସକ୍ଷମ)ଏକ ବୈଠକ କରି ସକ୍ଷମ ବିଷୟରେ ବିସ୍ତୃତ ଭାବେ ସମସ୍ତଙ୍କ ଆଗରେ ଉପ ସ୍ଥା ପନା କରିବା ସହ ସମସ୍ତ ୨୧ ପ୍ରକାର ଦିବ୍ୟାଙ୍ଗଙ୍କ ସରକାରୀ ଯୋଜନା ବିଷୟରେ କହିଥିଲେ, ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା(ଜ଼ିଲ୍ଲା ସମ୍ପାଦକ-ସେବା ଭାରତୀ) କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ, ଶ୍ରୀ ଏମ ବିଦ୍ୟା ସାଗର (ପାଳକ,ସକ୍ଷମ ଜ଼ିଲ୍ଲା ଦିବ୍ୟାଙ୍ଗ କେନ୍ଦ୍ର),ବିଦ୍ୟାଳୟର ଭରପ୍ରାପ୍ତ ପ୍ରଧନଶିକ୍ଷକ ଶ୍ରୀ ଗଦାଧର ପାଢ଼ୀ, ଶ୍ରୀ ଅଭିମନ୍ୟୁ ରାଉଳ, ଶ୍ରୀ ଚନ୍ଦ୍ର ଶେଖର ବେହେରା ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ.ରାୟଗଡା ଜ଼ିଲ୍ଲା ରେ ସକ୍ଷମ ମାଧ୍ୟ ମରେ ଏପରି ଅନେକ ଶିବିର (ଭ୍ରାମ୍ୟମାଣ ଚକ୍ଷୁ ଯତ୍ନ କେନ୍ଦ୍ର)ଚାଲିଥିବା ବେଳେ ଆଗାମି ଦିନରେ ମଧ୍ୟ ଏପରି କା ର୍ଯ୍ୟକ୍ରମ ଜାରି ରହିବ ଶ୍ରୀ ଶ୍ୟାମ କୁମାର ଦାଶ ସୂଚନା ଦେଇଛନ୍ତି.

Recent Comments

Leave Comments

Top