logo
add image
 ସାଗରପାଲିରୁ ଆରମ୍ଭ ହେଲା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ସାଗରପାଲିରୁ ଆରମ୍ଭ ହେଲା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ


ସୁବର୍ଣପୁର/( ଆଧାର ଓଡିଶା) ସୋନପୁର ବ୍ଲକ ଅଧିନସ୍ଥ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ସାଗରପାଲି ଶ୍ରୀରାମ ପାଠାଗାରଠାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଉପସ୍ଥିତରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଡିଇସି ଓ ଆଲବେଣ୍ଡାଜଲ ବଟିକା ସେବନର ବିଧି ଏବଂ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ପରେ ଉପସ୍ଥିତ ଅତିଥି ଏବଂ ଜନସାଧାରଣ ମିଳିତ ଭାବେ ଡିଇସି ଓ ଆଲବେଣ୍ଡାଜଲ ବଟିକା ସେବନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଆଗାମୀ ୧୬ ତାରିଖ ଯାଏଁ ଔଷଧ ସେବନକର୍ତ୍ତାମାନେ ଘରକୁ ଘର ବୁଲି ପ୍ରତ୍ୟକ୍ଷ ଭାବେ ହିତାଧିକାରୀଙ୍କୁ ଔଷଧ ଖୁଆଇବେ। ୨ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତେ ଫ୍ୟାଲେରିଆ ନିରାକରଣ ପାଇଁ ଏହି ଔଷଧ ନିହାତି ସେବନ କରିବା ଉଚିତ।  ମହିଳା ସ୍ଵାସ୍ଥ୍ୟକର୍ମୀ ସୁମତି ବାରିକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।  ( ରିପୋର୍ଟ-ଯୁଧିଷ୍ଠିର ସାହୁ  )                                   

Recent Comments

Leave Comments

Top