logo
add image
 ରକ୍ତଦାତା ଓ ଉଦ୍ୟକ୍ତାଙ୍କୁ ସଲାମ

 ରକ୍ତଦାତା ଓ ଉଦ୍ୟକ୍ତାଙ୍କୁ ସଲାମ


ବିଙ୍କ/୨୩/୦୧/୨୩/ (ଆଧାର ନ୍ୟୁଜ) ରକ୍ତ ଅଭାବରୁ କାହାରିକୁ ମରିବାକୁ ନ ଦେବାର ସଂକଳ୍ପ ନେଇ ସମ୍ବାଦ- ଆମ ଓଡ଼ିଶା ନିୟମିତ ରକ୍ତଦାନ ଶିବିର ଆୟୋଜନ କରିଆସୁଛି l ଗତ ବର୍ଷ ୨୦୨୨ରେ କେତେକ ପ୍ରତିବନ୍ଧକ ସତ୍ତ୍ୱେ ସମ୍ବାଦ- ଆମ ଓଡ଼ିଶାର ଓ ସୁବର୍ଣ୍ଣ ପୁର ଜିଲ୍ଲା  ରକ୍ତ ଦାତା ମାନଙ୍କ ସହଯୋଗରେ ବିନିକା ବ୍ଳକ ସମ୍ବାଦ ପ୍ରତିନିଧିଙ୍କ ନେତୃତ୍ୱରେ  ଆୟୋଜିତ ୧୭ ଟି ଶିବିରରେ ୫୮୮ ଜଣ ରକ୍ତଦାନ କରିଛନ୍ତି l ଯାହାକି, ଆମର ସର୍ବକାଳୀନ ରେକର୍ଡ ଅଟେ l ୨୦୨୨ ବର୍ଷରେ ୩୫୭ ଜଣଙ୍କୁ ବିଭିନ୍ନ ଡାକ୍ତରଖାନା ମାନଙ୍କରେ  ରକ୍ତ ଯୋଗାଇ ଦିଆଯାଇଛି। ରକ୍ତଦାନ ଶିବିର ଆୟୋଜନରେ ଯେଉଁ ବନ୍ଧୁ ମାନେ ଶୁଭେଚ୍ଛୁ ଓ ସହଯୋଗୀ ଅନୁଷ୍ଠାନ  ବିଭିନ୍ନ ହିସାବରେ ସହଯୋଗ କରିଛନ୍ତି, ସେମାନଙ୍କ ଠାରେ ସମ୍ଵାଦ ପରିବାର କୃତଜ୍ଞ l ରକ୍ତଦାତା ଓ ଉଦ୍ୟକ୍ତା ମାନଙ୍କୁ ମୋର କୋଟି କୋଟି ପ୍ରଣାମ l ବିଶେଷ କରି ଯଶପୁର ଗ୍ରାମର ନିଲମଣି ସାହୁ ,କୁହିଵାହାଲ ଗ୍ରାମ ର ଶିକ୍ଷକ ଭୁବନେଶ୍ୱର ପଧାନ  ଙ୍କୁ ଅଶେଷ ଅଶେଷ  ଧନ୍ୟବାଦ।  ଆଶା, ଆଗାମୀ ଦିନରେ ବି ଏମିତି ଭଲ ପାଇବା  ଓ ସହଯୋଗ ଅତୁଟ ରଖିବେ l ମୁଁ ଏହି ଅବସରରେ ଏଭଳି ମହତ୍ କାମ ପାଇଁ ପ୍ରେରଣା ଦେଉଥିବା, ଉତ୍ସାହ ବଢ଼ା ଉଥିବା ତଥା  ସହଯୋଗ କରୁଥିବା ମୋର ସମସ୍ତ ବରିଷ୍ଠ/କନିଷ୍ଠ ମାନଙ୍କୁ  ଧନ୍ୟବାଦ୍  ଓ ନମସ୍କାର ଜଣାଉଛି l  (ଅକ୍ଷୟ କୁମାର ପୂଜିହାରୀ-ବିନିକା)
                            

Recent Comments

Leave Comments

Top