କାକଟପୁର/୧୬/୧/୨୦୨୩/(ଆଧାର ନ୍ୟୁଜ) ରକ୍ତଦାନ, ମହତ ଦାନ। ଏହି ମହାନ କାର୍ଯ୍ୟ ପାଇଁ ସମାଜରେ ସଚେତନତା ସୃଷ୍ଟି କରିବା ସହ ମଣିଷର ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ୨୦୦୪ ମସିହାରୁ ପ୍ରତିବର୍ଷ ଜୁନ୍ ୧୪ତାରି ଖକୁ ବିଶ୍ଵ ରକ୍ତଦାନ ଦିବସ ଭାବେ ଘୋଷଣା କରିଛି। ଏହି ମହତ କାର୍ଯ୍ୟ ପାଇଁ କିଶୋର ବୟସରୁ ନିଜକୁ ସମର୍ପିତ କରିବା ସହ ଦୁଃଖୀ, ରଙ୍କି ଓ ଅସହୟଙ୍କ ଦେବଦୁତ ସାଜି ଉଦାହରଣ ସୃଷ୍ଟି କରିଛନ୍ତି ପୁରୀ ଜିଲ୍ଲା ଐତିହାସିକ ଲବଣ ସତ୍ୟାଗ୍ରହ ପୀଠ ଅସ୍ତ ରଙ୍ଗ କୁହୁଡ଼ି ଗ୍ରାମର ଯୁବ ସମାଜସେବୀ ସତ୍ୟବ୍ରତ ଲେଙ୍କା। ଶ୍ରୀ ଲେଙ୍କା ୧୭ବର୍ଷ ବୟସରୁ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ ଆର ମ୍ଭ କରି ବିଗତ ୨୫ବର୍ଷ ମଧ୍ୟରେ ୫୦ଥର ରକ୍ତଦାନ କରିସାରିଲେଣି। ଅସ୍ତରଙ୍ଗ- କାକଟପୁର ଅଞ୍ଚଳର ଯେକୌଣସି ସ୍ଵେଚ୍ଛା କୃତ ରକ୍ତଦାନ ଶିବିର ହେଉ କିମ୍ବା କୌଣସି ଲୋକଙ୍କ ରକ୍ତର ଜରୁରୀ ଆବଶ୍ୟକତା ଖବର ମିଳିବା ମାତ୍ରେ ସ୍ଵତଃ ପ୍ରବୃତ୍ତ ଭାବେ ରକ୍ତ ଦେବାପାଇଁ ପହଞ୍ଚି ଯାଆନ୍ତି ସତ୍ୟବ୍ରତ। ଏଥିସହ ସେ ଅସ୍ତରଙ୍ଗ ଅଞ୍ଚଳରେ ଏଣେ ତେଣେ ଅସହାୟ ଅବସ୍ଥାରେ ବୁଲୁଥିବା ମାନସିକ ବିକରଗ୍ରସ୍ତ ମହିଳା ଓ ପୁରୁଷଙ୍କ ସେବା ଶୁଶ୍ରୁଷା କରି ଖାଦ୍ୟପେୟ ଦେବାରେ କେବେବି କାର୍ପଣ୍ୟ କରନ୍ତି ନାହିଁ। ମାନବ ସେବା ମାଧବ ସେବା ଉକ୍ତିକୁ ପାଥେୟ କରି ସତ୍ୟବ୍ରତ ଅସହାୟ ରୋଗୀଙ୍କ ସେବା ସହ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରି ଆତ୍ମସନ୍ତୋଷ ପାଆନ୍ତି ବୋଲି କହନ୍ତି। ଅସ୍ତରଙ୍ଗ ବଜାରରେ ବ୍ୟବସାୟ କରୁଥିବା ଐତିହାସିକ କୁହୁଡି ଗ୍ରାମରେ ଜନ୍ମିତ ସତ୍ୟବ୍ରତ ସ୍ବାଧିନତା ସଂଗ୍ରାମୀ ସ୍ମୃତି ସଂସଦ ଅନୁଷ୍ଠାନ ସହ ଜଡ଼ିତ ରହି ନିଜସ୍ଵ ଉଦ୍ୟମରେ କେତେକ ଉତ୍ସର୍ଗୀକୃତ ଯୁବକଙ୍କୁ ସାଥୀ କରି ଦୀର୍ଘ ବର୍ଷ ଧରି ଅସ୍ତରଙ୍ଗ ଅଞ୍ଚଳରେ ନିଶାମୁକ୍ତ ଅଭିଯାନ ଜାରି ରଖିଛନ୍ତି। ପେଶା ବ୍ୟବସାୟ ହୋଇଥିଲେ ମଧ୍ୟ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ସହ ସମାଜସେବା କରିବାରେ ତାଙ୍କୁ ଆନନ୍ଦ ମିଳୁଥିବା ସେ କହିଛନ୍ତି।ଏତାଦୃଶ ସମାଜସେବା ପାଇଁ ସମର୍ପିତ ସତ୍ୟବ୍ରତ ସମଗ୍ର ଅସ୍ତ ରଙ୍ଗ କାକଟପୁର ଅଞ୍ଚଳରେ ପ୍ରଶଂସା ସାଉଁଠୁ ଛନ୍ତି.
Recent Comments